Header ADS

ବାରାହା ଆକ୍ରମଣରେ ଯୁବକ ଗୁରୁତର

 ବାରାହା ଆକ୍ରମଣରେ ଯୁବକ ଗୁରୁତର 


ନୀଳଗିରି,୯/୮(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଲକ ଅଧିନ ରାଧାକିଶୋରପୁର ପଞ୍ଚାୟତ ପୁନ୍ଦାଳ ଗ୍ରାମକୁ ଦୁଇଟି ଜଙ୍ଗଲୀ ବାରାହା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଦିନ ହୋଇଯିବାରୁ ଜଙ୍ଗଲକୁ ଫେରି ପ ପାରିନଥିଲେ।ମନୋରଂଜନ ନାୟକଙ୍କ ପୁଅ ପ୍ରଦୀପ ଘର ବାହାରକୁ ଆସିଥିବା ବେଳେ ହଠାତ ବାରାହା ଆକ୍ରମଣର ଶିକାର ହୋଇଥିଲେ। ସେ ଘର ଭିତରକୁ ଦୌଡ଼ି ପଳାଇଥିଲେ ହେଲେ ବାରାହାଟି ଘର ଭିତରକୁ ପଶି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା।ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିବା ପରେ ବାରାହାଟି ଘରୁ ବାହାରି ପଳାଇ ଯାଇଥିଲା।ପ୍ରଦୀପଙ୍କ ଜଙ୍ଘରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Post a Comment

Previous Post Next Post
Header ADS