ବିକଶିତ ଭାରତ - ଜୀ ରାମ ଜୀ ( ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବନ ମିଶନ) ପାଇଁ ବ୍ଲକ୍ ସ୍ତରୀୟ ତାଲିମ ଅଧିବେଶନ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୀଳଗିରି,୬/୭(ଓଡ଼ିଶା ଆଦର୍ଶ): ଆଜି ଦିବା ଘ. ୧୦.୩୦ମି.ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ାଙ୍କ ଆବାହୋକତ୍ୱରେ ବିକଶିତ ଭାରତ - ଜୀ ରାମ ଜୀ (ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବନ ମିଶନ)ଗ୍ରାମୀଣ କାର୍ଯ୍ୟକ୍ରମର ବ୍ଲକ୍ ସ୍ତରୀୟ ତାଲିମ ଅଧିବେଶନ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆଙ୍କ ସମେତ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ପୋଥାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଁ. ଶ୍ରୀଯୁକ୍ତ ଗୟାଧର ସିଂ ପ୍ରମୁଖ ଯୋଗ ଦେଇଥିଲେ।ଏହି ଯୋଜନାରେ ପୂର୍ବର ମନରେଗା ଯୋଜନାକୁ ପରିବର୍ତ୍ତିତ ହୋଇ ବିକଶିତ ଭାରତ - ଜୀ ରାମ ଜୀ (ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବନ ମିଶନ) ଗ୍ରାମୀଣ ଭାବେ କାର୍ଯ୍ୟକାରୀ କରାଯାଉଛି। ଆସନ୍ତା ୨୦୩୬-୨୦୪୭କୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ପରିକଳ୍ପନା କରାଯାଇଛି।ଏହି ଯୋଜନାରେ ଗ୍ରାମାଞ୍ଚଳରେ ହିତାଧିକାରୀଙ୍କୁ ୩୦୦ ଟଙ୍କା ମଜୁରୀରେ ୧୨୫ଦିନ ଗ୍ୟାରେଣ୍ଟି କାର୍ଯ୍ଯ ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି।ପୂର୍ବର ଯୋଜନା ଅପେକ୍ଷା ଚଳିତ ଯୋଜନାରେ ୪ଗୋଟି ସ୍ତରରେ ୩୧୮ ଗୋଟି ବିଭିନ୍ନ କ୍ଷେତ୍ରରେ ଜଳ ଉତ୍ସ ସଂରକ୍ଷଣ କ୍ଷେତ୍ରରେ ୧୦୭ ପ୍ରକାର, ଗ୍ରାମୀଣ ସ୍ଥାୟୀ ସମ୍ପତି ନିର୍ମାଣ ୯୦ ପ୍ରକାର,ଜୀବିକା ଅର୍ଜନ ସମ୍ପର୍କିତ ୮୩ ପ୍ରକାର ଏବଂ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ୩୮ ପ୍ରକାର କ୍ଷେତ୍ରରେ ହିତାଧିକାରୀ କାର୍ଯ୍ୟ କରିବାକୁ ସୁଯୋଗ ପାଇବେ ଏବଂ ଯୋଜନାର ସଦ ବିନିଯୋଗ କରି ସୁଫଳ ଲାଭ ସହ ଗ୍ରାମୀଣ ବିକାଶର ସହଭାଗିତା ହୋଇ ପାରିବେ ବୋଲି ମୂଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ପ୍ରକାଶ କରିଥିଲେ।
ଏହି ତାଲିମ ଅଧିବେଶନ ଏବଂ ଶୁଭାରମ୍ଭ କାର୍ଯ୍ୟକ୍ରମରେ ନୀଳଗିରି ପଞ୍ଚାୟତ ସମିତିର ନିର୍ବାଚିତ ଲୋକ ପ୍ରତିନିଧି, ବିଭିନ୍ନ ବିଭାଗୀୟ ଅଧିକାରୀ, ପଞ୍ଚାୟତ ସମିତିର ସମସ୍ତ କର୍ମକର୍ତ୍ତା ଓ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ଏବଂ ଶେଷରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଁ. ଶ୍ରୀଯୁକ୍ତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।




Post a Comment