ମୃତକ ପରିବାରକୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ
ନୀଳଗିରି,୬/୭(ଓଡ଼ିଶା ଆଦର୍ଶ): ନୀଳଗିରିର ସ୍ବର୍ଣ୍ଣଚୂଡ଼ ଯୁବ ମହୋତ୍ସବ ପରିବାର ଏବଂ ସ୍ଥାନୀୟ ଶିଶିର ମହାପାତ୍ର ଫାଉଣ୍ଡେସନ ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର ନୀଳଗିରି ଅଞ୍ଚଳର ଏକ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ନୀଳଗିରି ଏନଏସି ୬ନଂ ୱାର୍ଡ଼ ଅଧୀନ ମଙ୍ଗଳାସାହି ଅଞ୍ଚଳର ମୁନା ଓରଫ ହରିଶ୍ଚନ୍ଦ୍ର ବର୍ଦ୍ଧନ ଙ୍କ କିଛି ଦିନ ତଳୁ ହୃଦଘାତରେ ଦେହାନ୍ତ ଘଟିଥିଲା ।ଏକ ଜନ୍ମଦିନ ଭୋଜିରେ ଚିତ୍ରଗୁପ୍ତଙ୍କ କଥା କହୁକହୁ ତାଙ୍କର ମୃତ୍ୟୁ ହେବା ଘଟଣାରେ ଯମରାଜ ପାଖକୁ ନେଇଗଲେ ବୋଲି ଚର୍ଚ୍ଚା ଧରିଥିଲା । କ୍ଷୁଦ୍ର ବ୍ୟବସାୟୀ ମୁନାଙ୍କ ମୃତ୍ୟୁରେ ତାଙ୍କ ପରିବାର ଏକପ୍ରକାର ଭାଙ୍ଗି ପଡ଼ିଥିବା ବେଳେ ଆଜି ତାଙ୍କ ଏକାଦଶାହ କର୍ମରେ ପହଞ୍ଚି ଶ୍ରୀ ମହାପାତ୍ର ଏହି ସହାୟତା ରାଶି ପ୍ରଦାନ କରିବା ସହ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୬ନଂ ୱାର୍ଡ଼ କାଉନସିଲର ପ୍ରତାପ ସେଠୀ, ଭାସ୍କର ବିଶ୍ବାଳ, ଅଜିତ ମହାନ୍ତି, ଟୁଲୁ ସାହୁ, ନିଗମ ରାଉତ ପ୍ରମୁଖ ସ୍ଵର୍ଣ୍ଣଚୂଡ଼ ଯୁବ ମହୋତ୍ସବ କମିଟର ସଦସ୍ୟ ଉପସ୍ଥିତ ଥିଲେ।



Post a Comment