Header ADS

ଘରୋଇ ମେସ୍ ରୁ ୪ ଛାତ୍ର ନିଖୋଜ, ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ।

 ଘରୋଇ ମେସ୍ ରୁ ୪ ଛାତ୍ର ନିଖୋଜ, ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ।


ନୀଳଗିରି, ୨/୭(ଓଡ଼ିଶା ଆଦର୍ଶ):ପୁଅ ଝିଅର ଉନ୍ନତ ଭବିଷ୍ୟତ ପାଇଁ ବାପା ମାଆ ନିଜକୁ ଜଳାଞ୍ଜଳି ଦେଇ ଏକ ଭଲ ଶିକ୍ଷାନୁଷ୍ଠାନ ଓ ଭଲ ଘରୋଇ ମେସ୍ କୁ ଅଗ୍ରାଧିକାର ଦେଇଥାନ୍ତି। ଏହାର ଫାଇଦାନେବାକୁ ପଛାଇ ନଥାନ୍ତି କିଛି ସ୍ବାର୍ଥନ୍ୱେଶୀ ମଣିଷ। ଫଳରେ ବାପା ମାଙ୍କ ସବୁସ୍ବପ୍ନ ଧୂଳିସାତ ହେଉଛି। ଏଭଳି ଘଟଣା ବାରମ୍ବାର ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳୁଛି। ଏହିଭଳି ଏକ ଘଟଣା ଗତ ମେ ୨୧ରେ ଉକ୍ତ ପଞ୍ଚାୟତର ଘରୋଇ ମେସ୍ ୩ ମହଲା ଛାତ ରୁ ପଡି ଛାତ୍ର ଗୁରୁତର ଘଟଣା ସ୍ଥାନୀୟ ଲୋକେ ଭୁଲିନଥିବା ବେଳେ ପୁଣି ଘରୋଇ ମେସ୍ ରୁ ୪ ଛାତ୍ର ନିଖୋଜ। ସୁଚନା ନୀଳଗିରି ବ୍ଲକ୍ ଜାମୁଡିହା ପଞ୍ଚାୟତ ବଡବିଲ୍ ସ୍ଥିତ ଅକ୍ଷୟ ଆଚାର୍ଯ୍ୟ ହାଇସ୍କୁଲରେ ବାଲେଶ୍ବର ସଦର ଥାନା ଅଧୀନ ମୁଲାନନଗର ଅଞ୍ଚଳର ସତେନ୍ଦୁ ବେହେରା ନବମ ଶ୍ରେଣୀର ଛାତ୍ର ଓ ଉକ୍ତ ଅଞ୍ଚଳର ରୀତେଶ ବେହେରା ଦଶମ ଶ୍ରେଣୀର ଛାତ୍ର, ମୟୁରଭଞ୍ଜ ଜିଲ୍ଲା ପହଣ୍ଡା ଅଞ୍ଚଳର ହିମାଂସୁ ବେହେରା ଦଶମ ଶ୍ରେଣୀ ସହିତ ଅନ୍ଯ ସ୍କୁଲରେ ପଢୁଥିବା ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଅକ୍ଷୟ ଆଚାର୍ଯ୍ୟ ହାଇସ୍କୁଲ ଠାରୁ କିଛି ଦୁରରେ ଜୈନିକ ଲୋକର ଘରୋଇ ମେସ୍‌ରେ ରହି ସମସ୍ତ ଛାତ୍ର ପାଠପଢୁଥିଲେ। ବୁଧବାର ରାତ୍ରୀରେ କୈଣସି କାରଣରୁ ମେସ୍ ଛାଡ଼ି ପଳାଇଯାଇଥିଲେ। ଘରୋଇ ମେସର ମାଲିକ ଛାତ୍ରମାନଙ୍କ ଅଭିଭାବକ ଙ୍କୁ ଜଣାଇଦେବା ସହ ମେସର ମାଲିକ ଖୋଜାଖୋଜି କରୁଥିଲେ। ଏନେଇ ଗୁରୁବାର ଥାନାର ଦ୍ବାରସ୍ଥ ହେଲେ ଅଭିଭାବକ। ଘରୋଇ ମେସ୍‌ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଯାଇଥିବା ଅଭିଯୋଗ କରିଥିଲେ ଅଭିଭାବକ ମାନେ। ସିସିଟିଭି ରେ କଏଦ ଛାତ୍ରଙ୍କ ଯିବା ସମୟର ଭିଡିଓ ନେଇ ତଦନ୍ତ ଜାରି ରଖିଥିଲା ନୀଳଗିରି ପୋଲିସ। ଏହି ଘରୋଇ ମେସ୍ ଜାମୁଡିହା ପଞ୍ଚାୟତରେ ଛତୁ ଫୁଟିଲା ଭଳି ଘରୋଇ ମେସ୍ ରହିଥିବାବେଳେ ଏହା ସରକାରଙ୍କ ନଜରରେ ଅଛିକି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ। ପିଲାଙ୍କ ଦାୟିତ୍ବ ବହନ କରିବାପାଇଁ ଜଗୁଆଳି ବା ୱାର୍ଡେନ ରଖିଥିଲେ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ ଘରୋଇ ମେସର ମାଲିକ ଙ୍କ ର କୌଣସି କାଗଜପତ୍ର ନଥିବା ବେଳେ ବେଆଇନ ଭାବେ ଉଭୟ ଛାତ୍ରଛାତ୍ରୀ ମାନଙ୍କୁ ମେସ୍ କରି ମୁନାଫା କମାଇବା ଲକ୍ଷ୍ୟରେ ଶହଶହ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଏବଂ ଜୀବନକୁ ନଜର ଅନ୍ଦାଜ୍ କରିଚାଲିଛନ୍ତି। ତେଣୁ ରାଜ୍ୟସରକାର ଘରୋଇ ମେସ ବନ୍ଦକରି ସରକାରୀ ସ୍ଥରରେ ବିଧିବଦ୍ଧ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ସର୍ବୋପରି ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଦୃଷ୍ଟିଦେଵାକୁ ସାଧାରଣରେ ଦାବି ହୋଇଛି। ଖବର ଲେଖିବା ବେଳକୁ ପରି ସମୁଦ୍ରକୁଳରୁ ଏହି ନିଖୋଜ ୪ ଛାତ୍ରଙ୍କୁ ଏକ ଟେମ୍ପୁ ଚାଳକ ସନ୍ଦେହକରି ସେଠାକାର ପୋଲିସକୁ ଖବର ଦେଇଥିଲା ବେଳେ ପୁରି ପୋଲିସ ସେମାନଙ୍କୁ ଅଟକ ରଖିଛି। ପରେ ପରିବାର ବର୍ଗ ଖବର ପାଇ ପୁରି ଅଭିମୁଖେ ଯାଇଥିବାର ସୂଚନା ମିଳିଛି।

Post a Comment

Previous Post Next Post
Header ADS