Header ADS

ଅନ୍ଧବିଶ୍ୱାସ ଦୂରୀକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 ଅନ୍ଧବିଶ୍ୱାସ ଦୂରୀକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 


ନୀଳଗିରି,୩୦/୬(ଓଡ଼ିଶା ଆଦର୍ଶ): ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ନୀଳଗିରି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅନ୍ଧବିଶ୍ୱାସ ଦୂରୀକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଦ୍ୟ ଦିବା ୧୧ ଘଟିକା ଠାରୁ ନୀଳଗିରି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ର ଗ୍ରାମାଞ୍ଚଳ ମାନଙ୍କରେ ଯଥା ଧୋବ ଶିଳା, ମହିଷା ପଟା,ଅଯୋଧ୍ୟା ଠାରେ ସଚେତନତା କାର୍ଯ୍ୟକ୍ରମ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କ ମଧ୍ୟରେ ଅନ୍ଧ ବିଶ୍ୱାସ,କୁସଂସ୍କାରରେ ବଶବର୍ତ୍ତୀ ହୋଇ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିବାରୁ ତାହା ସାମାଜିକ ବ୍ୟାଧି ଏବଂ ତାହାକୁ ଦୂର କରିବା ବିଜ୍ଞାନ ଓ ଡ଼ାକ୍ତରୀ ଚିକିତ୍ସା ଦ୍ୱାରା ବିଭିନ୍ନ ରୋଗ ବ୍ୟାଧିର ନିରାକରଣ ଉପରେ ଗୁରୁତ୍ୱ ଦେବାକୁ ବାର୍ତ୍ତା ପ୍ରଦାନ କରାଯାଇଥିଲା।ଏହାକୁ ଗ୍ରାମାଞ୍ଚଳରେ ପ୍ରଚାର ପ୍ରସାର ମାଧ୍ୟମରେ ଦୂରୀକରଣ ନିମନ୍ତେ ପ୍ରଶାସନ ପକ୍ଷରୁ ଦୁଇ ଭାଇ ପାଲ। ଟ୍ରୁପର ଗାୟକ ଶ୍ରୀଯୁକ୍ତ ଚନ୍ଦ୍ର ମୋହନ ରାଉଳ ଏବଂ ସାଥୀଙ୍କ ଦ୍ଵାରା ପଥ ପ୍ରାନ୍ତ ପାଲା ପରିବେଷଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ବିଶ୍ଵାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଓ ଏସ ଡି ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।

Post a Comment

Previous Post Next Post
Header ADS