ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ନୀଳଗିରିଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ
ଶୃଙ୍ଖଳିତ ନୀତିକାନ୍ତି ଓ ଜନସାଧାରଣଙ୍କ ସୁବିଧା ଉପରେ ଗୁରୁତ୍
ନୀଳଗିରି ,୨୩/୬(ଓଡ଼ିଶା ଆଦର୍ଶ): ଅଦ୍ୟ ଅପରାହ୍ନ ସାଢେ ଚାରି ଘଟିକା ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ନୀଳଗିରି ଉପ-ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥଙ୍କ ଅଧକ୍ଷତାରେ ପ୍ରଥମ ପର୍ଯ୍ୟାୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଯୋଗ ଦେଇ ଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ନୀଳଗିରି ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ,ଉପ-ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ଏନ୍.ଏ.ସି.ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଂଶୁମାନ ପରିଡ଼ା,ଅତିରିକ୍ତ ତହସିଲଦାର ଶ୍ରୀମତୀ ଶୁଭଶ୍ରୀ ଜେନା, ଏନ୍.ଏ.ସି.କାର୍ଯ୍ଯ ନିର୍ବାହୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ଏହି ବୈଠକରେ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟ/ସଦସ୍ୟମାନଙ୍କୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ ଆନୁଷ୍ଠାନିକ ଭାବେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପରେ ଏହି ପବିତ୍ର ଘୋଷ ଯାତ୍ରାକୁ ଶାନ୍ତି, ଶୃଙ୍ଖଳା ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଅଧକ୍ଷ ଶ୍ରୀମତୀ ରଥ ଉପସ୍ଥିତ ସମସ୍ତ ସଦସ୍ୟା/ସଦସ୍ୟ ମାନଙ୍କ ସହଯୋଗ କାମନା କରିବା ସହ ବିବରଣୀ ଅନୁସାରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ଓ ପରାମର୍ଶ କ୍ରମେ ନିମ୍ନ ପ୍ରମୁଖ ନିଷ୍ପତି ମାନ ଗ୍ରହଣ କରାଯାଇଛି।ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଉତ୍ତରରେ ମହାରଣା ଓ ସହଯୋଗୀ ଆସନ୍ତା ୧୦ ତାରିଖ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟର ସମ୍ପନ୍ନ ହେବ ବୋଲି ପ୍ରକାଶ କରିଥିଲେ ଏବଂ ଅଧକ୍ଷ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ରଥଯାତ୍ରା ସମୟରେ ବ୍ୟାପକ ପୋଲିସ ମୁତୟନ ସହ ଶାନ୍ତିଶୃଙ୍ଖଳା ରକ୍ଷା ଓ ସହରରେ ଯେପରି କୌଣସି ଟ୍ରାଫିକ ସମସ୍ୟା କିମ୍ବା ଜାମ ନହୁଏ, ସେଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି।ରଥାରୂଢ଼ ସଦସ୍ୟ ଓ ବକ୍ତା ରଥ ଉପରେ କେଉଁ ସେବାୟତ ଓ ସଦସ୍ୟମାନେ ଉପସ୍ଥିତ ରହିବେ ଏବଂ ପ୍ରବଚକ କେଉଁମାନେ ବକ୍ତବ୍ୟ ପ୍ରଦାନ କରିବେ, ତାହାର ଏକ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଛି।ଜଳ ଓ ବିଦ୍ୟୁତ ସେବା ନିରବିଚ୍ଛିନ୍ନ ଭାବେ ଜାରି ରଖିବା।ସେବା ସମୟରେ ଅଦିନିଆ ବିଦ୍ୟୁତ କାଟ୍ ଯେପରି ନହୁଏ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରାଯିବା, ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ସୂଚନା କେନ୍ଦ୍ର ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଏକ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ଏକ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲା ଯିବା ପାଇଁ ନିଷ୍ପତି ହୋଇଛି। ରଥ ଯାତ୍ରା ସମୟରେ ସହରର ଗାରିମା ରକ୍ଷା କରିବା ପାଇଁ ଆଇନ୍ ଶୃଙ୍ଖଳା ରକ୍ଷା ଏବଂ ଶାନ୍ତି ପୂର୍ଣ୍ଣ ବାତାବରଣ ପାଇଁ ରଥ ଯାତ୍ରା ଓ ବାହୁଡା଼ ଯାତ୍ରା ସମୟରେ ୩ଦିନ ଲେଖାଏଁ ସମ୍ପୃକ୍ତ ଅଞ୍ଚଳରେ ଏବଂ ବଡ଼ଦାଣ୍ଡ ଆଖ ପାଖରେ ଥିବା ସମସ୍ତ ଵିଦେଶୀ ଓ ଦେଶୀ ମଦ ଦୋକାନ,ଆମିଷ ଏବଂ ରଙ୍ଗ ବୋଳା ଭୋଗ ସାମଗ୍ରୀ ଉପରେ କଟକଣା ଜାରି ପାଇଁ ପ୍ରଚାର କରାଯାଇ ଅବଗତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏତଦ୍ ଭିନ୍ନ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଓ ବଡ଼ଦାଣ୍ଡ ପାର୍ଶ୍ୱରେ ପର୍ଯ୍ୟାପ୍ତ ଅସ୍ଥାୟୀ ଭ୍ରାମ୍ୟମାଣ ପରିସ୍ରାଗାର ତିଆରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସହର ଏବଂ ମୁଖ୍ୟ ରାସ୍ତା ଗୁଡ଼ିକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଅଳିଆ ଆବର୍ଜନା ସଫା କରାଯିବା ଉପରେ ଗୁରୁତ୍ୱ ଦେବାକୁ ସିଦ୍ଧାନ୍ତ ହୋଇଛି। ରଥ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ଭଳି ପଡ଼ିଆରେ ପାରମ୍ପରିକ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ପବିତ୍ର ଘୋଷ ଯାତ୍ରା ସମୟରେ ଶ୍ରଦ୍ଧାଳୁ ଭକ୍ତଙ୍କ ସୁରକ୍ଷା ଓ ସେବାକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ,ପୋଲିସ ପ୍ରଶାସନ ଓ ପୌର ପରିଷଦଙ୍କ ମିଳିତ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ପରାମର୍ଶ ଦେଇଥିଲେ। ଏହି ମହାପ୍ରଭୁଙ୍କ ପ୍ରଥମ ପର୍ଯ୍ୟାୟ ବୈଠକରେ ନୀଳଗିରି ସହରର ବୁଦ୍ଧିଜୀବି, ମାଣ୍ୟଗଣ୍ୟ ବ୍ୟକ୍ତି ବିଶେଷ,ସମାଜସେବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,ଆଇନଜୀବୀ,ଉଭୟ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ବୈଠକର ସଫଳତା ନିମନ୍ତେ ଉପଜିଲ୍ଲାପାଳ ତଥା ଅଧକ୍ଷ ସମସ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।




Post a Comment