ନୀଳଗିରୀ ପଞ୍ଚାୟତ ସମିତି ସ୍ତରୀୟ "ବିକାଶର ଧାରା-ଓଡ଼ିଶା ସାରା"କାର୍ଯ୍ଯକ୍ରମ ଅନୁଷ୍ଠିତ
ନୀଳଗିରି,୧୯/୬(ଓଡ଼ିଶା ଆଦର୍ଶ): ରାଜ୍ଯ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ନୀଳଗିରି ପଞ୍ଚାୟତ ସମିତି ଆନୁକୂଲ୍ୟରେ ସମିତି ସ୍ତରୀୟ "ବିକାଶର ଧାରା - ଓଡ଼ିଶା ସାରା " କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବାଲେଶ୍ଵର ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ କରୁଣାକର ପଣ୍ଡା,ଏନ୍. ଏ. ସି.କାର୍ଯ୍ୟକାରୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା, ଏ.ବି. ଡି.ଓ.ଶ୍ରୀମତୀ ସୁନନ୍ଦା ସାହୁ, ସି. ଡି. ପି.ଓ.ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମକୁ ନୀଳଗିରି ପଞ୍ଚାୟତ ସମିତି ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଖଟୁଆଙ୍କ କରକମଳରେ ଶୁଭ ଉଦ୍ଘାଟିତ ହୋଇଯାଇଛି। ଚଳିତ ମାସ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ନୀଳଗିରିର ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଆୟୋଜନ କରାଯିବା ପାଇଁ ଧାର୍ଯ୍ୟ ହୋଇଛି। ଏତଦ୍ ଭିନ୍ନ ପର୍ଯ୍ୟାୟ କ୍ରମେ ପଞ୍ଚାୟତ ସମିତି ପରିସରରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ମଧ୍ୟରେ ଜନଜାତି କଲ୍ୟାଣ ଯୋଜନା, ଯୁବ ବର୍ଗ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଯୋଜନା ସମ୍ପର୍କରେ କାର୍ଯ୍ୟକ୍ରମ ଆୟୋଜନ ସ୍ଥିର ହୋଇଛି।ଏଥିରେ ବରେଣ୍ୟ ଅତିଥି ଗଣ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅବିରତ ଉଦ୍ୟମ ଜାରି ରଖିଛନ୍ତି।ସରକାରଙ୍କ ସୁଶାସନରେ ତୃଣ ମୂଳ ସ୍ତରରୁ ଗ୍ରାମାଞ୍ଚଳର ପରିବର୍ତ୍ତନ ଏବଂ ବିକାଶ ହୋଇ ପାରିଛି।ଏବଂ ଆସନ୍ତା ୨୦୩୬ ମସିହାସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ରରେ ପରିଣତ କରିବା ସ୍ବପ୍ନ କୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସମଗ୍ର ରାଜ୍ୟରେ "ବିକାଶର ଧାରା - ଓଡ଼ିଶା ସାରା" କାର୍ଯ୍ୟକ୍ରମ ଆୟୋଜନ ପରିପ୍ରେକ୍ଷୀରେ ନୀଳଗିରି ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ନିକ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଦୃତ ଗତିରେ ଆଗେଇ ଚାଲିଛି। ଗାଁର ବିକାଶ ହୋଇ ପାରିଲେ ସମୃଦ୍ଧ ରାଷ୍ଟ୍ରର ବିକାଶ ହୋଇ ପାରିବ ଏବଂସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ବିଭିନ୍ନ ଜନହିତକର ଯୋଜନାର ସୁଫଳ ପାଇ ପାରନ୍ତୁ,ଏହି ସରକାରଙ୍କ ଆଭିମୁଖ୍ୟ ବୋଲି କହିଥିଲେ। ତୃଣମୂଳ ସ୍ତରରୁ ଜଣେ ଦୁଃସ୍ଥ,ଗରିବ ହିତାଧକାରୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ୍ଭମାନଙ୍କର ଉତ୍ତର ଦାୟିତ୍ୱ ।ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତିରେ ବିଭିନ୍ନ ଜନ କଲ୍ୟାଣ ଯୋଜନା ମାଧ୍ୟମରେ ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ଶ୍ରମିକ କାର୍ଡ, ବସୁନ୍ଧରା ଯୋଜନା, ଭୁମି ହୀନଙ୍କୁ ଜମି ପଟ୍ଟା,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୁର୍ଣ୍ଣା ଯୋଜନା,ମାତୃ ବନ୍ଦନା ଯୋଜନା, ମୁଖ୍ୟମନ୍ତ୍ରୀ କିଶାନ ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, କୃଷକଙ୍କୁ ଧାନର ସହାୟକ ମୂଲ୍ୟ ପ୍ରଦାନ କ୍ଷେତ୍ରରେ ସଫଳତା ଉପରେ ବିସ୍ତୃତ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମେତ ବରେଣ୍ୟ ଅତିଥି ଗଣ ନୀଳଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଆସିଥିବା ହିତାଧିକାରୀଙ୍କୁ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକ ମାନଙ୍କୁ ଜବ୍ କାର୍ଡ, ଖାଉଟି ଯୋଗାଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅନ୍ନପୁର୍ଣ୍ଣା ଯୋଜନା କାର୍ଡ, ବସୁନ୍ଧରା ଯୋଜନା ଭୁମି ହିନଙ୍କୁ ଜମି ପଟ୍ଟା ପ୍ରଦାନ, ଧୋବଶିଳା ବାବା ରାମେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,ନୀଳଗିରି ଶାଖା ପରିଚାଳକ ମତ୍ସ୍ୟ ଚାଷ ପାଇଁ ୧୦(ଦଶ)ଲକ୍ଷ ଟଙ୍କା ର ଚେକ୍ ପ୍ରଦାନ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ନୀଳଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ଦୁଇଟି ପର୍ଯାୟରେ ୧୨ଯୋଡ଼ା କନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇ ବିବାହରେ ୧୫ ହଜାର ଏବଂ କନ୍ୟାର ବ୍ୟାଙ୍କ ଆକାଉଣ୍ଟ କୁ ୪୫ ହଜାର ପାଇଥିବା ବେଳେ ମାନ୍ୟବର ବିଧାୟକ ନିଜ ତରଫରୁ ୫(ପାଞ୍ଚ)ହଜାର ଉପହାର ପ୍ରଦାନ, ପଞ୍ଚାୟତ ସମିତି ଅଧିନସ୍ଥ ସମସ୍ତ ୩୮୯ ଗୋଟି ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ ଫୋନ ,ବିଦ୍ୟାଳୟ,ସରକାରୀ ନିଜସ୍ୱ ପଟ୍ଟା ପ୍ରଦାନ ସହ ପୌର ପରିଷଦ ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ ଫୋନ ବଣ୍ଟନ କରିଥିଲେ। ପରେ ପରେ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ସମସ୍ତ ଅତିଥି ବିଭିନ୍ନ ବିଭାଗ ପକ୍ଷରୁ ଆୟୋଜିତ ଷ୍ଟଲ ପରିଦର୍ଶନ କରିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ସମାରୋହରେ ନୀଳଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ନିର୍ବାଚିତ ଲୋକ ପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ,ହିତାଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଅବହାକତ୍ଵରେ ଅନୁଷ୍ଠିତ ହୋଇଥିଲା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୁନନ୍ଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।






Post a Comment