ଚାମେଲି ଓଝାଙ୍କ ନ୍ୟାୟ ଦାବିରେ ନୀଳଗିରି ରେ ଗଣଧାରଣା
ନୀଳଗିରି ,୧୮/୬(ଓଡ଼ିଶା ଆଦର୍ଶ):କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ର ତିଖିରି ପଞ୍ଚାୟତ ର ବିଜେପି ସମର୍ଥିତ ଦଳିତ ସମ୍ପ୍ରଦାୟ ର ମହିଳା ସରପଞ୍ଚ ଚାମେଲୀ ଓଝା ଙ୍କ ପ୍ରତି ବିଡ଼ିଓ ଙ୍କ ଦ୍ୱାରା ପ୍ରାୟୋଜିତ ଗୁଣ୍ଡା ଓ ସ୍ଥାନୀୟ ରାଜନେତା ଙ୍କ ଚାପ ରେ ସ୍ଥାନୀୟ ପୋଲିସ ଙ୍କ ଦ୍ୱାରା କରା ଯାଇଥିବା ବର୍ବର ଚିତ୍ତ ଆକ୍ରମଣ ଓ ଅତ୍ୟାଚାର ବିରୁଦ୍ଧରେ ନୀଳଗିରି ନିର୍ବାଚନ ମଣ୍ଡଳୀ ର ରାଜ୍ୟ ସରକାର ଙ୍କ ସମସ୍ତ ବିରୋଧି ରାଜନୈତିକ ଦଳ ଯଥାକ୍ରମେ ସିପିଆଇ, ସିପିଆଇଏମ, ବିଜେଡି ଓ ଜାତୀୟ କଂଗ୍ରେସ ଦଳ ତରଫରୁ ଓ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ତଥା ସମିତି ସଭ୍ୟ ଙ୍କ ମିଳିତ ପ୍ରତିବାଦ ଗଣ ଧାରଣା ନୀଳଗିରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏହି ଗଣ ଧାରଣା ବରିଷ୍ଠ ସିପିଆଇ ନେତା ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ନିରଞ୍ଜନ ବାରିକ ସଭାପତିତ୍ୱ କରିଥିବା ବେଳେ ସିପିଏମ ର ଯୋଗାନନ୍ଦ ଦାସ, ବିଜୟ ପାତ୍ର, ବିଜେଡି ର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ଗଙ୍ଗାଧର ମିଶ୍ର, ରବୀନ୍ଦ୍ର ପରିଡା, ସିପିଆଇ ର ବିଧାୟକ ପ୍ରାର୍ଥୀ ଅଜୟ ପଟ୍ଟନାୟକ, ଜୋନ ସମ୍ପାଦକ ବିଜୟ ସ, ଜାତୀୟ କଂଗ୍ରେସ ର କୃଷକ ସେଲ ର ରାଜ୍ୟ ସମ୍ପାଦକ ଯଶୋଦା ନନ୍ଦନ ସିଂହ ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେଶ୍ୱର ବେହେରା, ଦକ୍ଷିଣ ନରସିଂହପୁର ର ପୂର୍ବତନ ସରପଞ୍ଚ ବିଦ୍ୟାଧର ମହାନ୍ତି, ନାରୀ ନେତ୍ରୀ ଗାୟତ୍ରୀ ପଣ୍ଡା, ବାସନ୍ତୀ ନାୟକ, ଦେବେନ୍ଦ୍ର ବେହେରା, ବିଦ୍ୟାଧର ବେହେରା, ବିଜେଡି ଦଳ ର ଖନ୍ତାପଡ଼ା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ରମାକାନ୍ତ ବାରିକ ଙ୍କ ସମେତ ଶତାଧିକ ନେତା ନେତୃତ୍ୱ ଯୋଗଦାନ କରିଥିଲେ । ପରେ ନିରଞ୍ଜନ ବାରିକ ଙ୍କ ନେତୃତ୍ୱ ରେ ବିଧାୟକ ସୁକାନ୍ତ ନାୟକ, ଓ ଅନ୍ୟ ବିରୋଧି ଦଳ ର ନେତୃତ୍ୱ ମାନେ ଏକାଠି ୬ ଦଫା ଦାବି ସମ୍ବଳିତ ସ୍ମାରକୀ ପତ୍ର ଉପଜିଲ୍ଲାପାଳ ଙ୍କ ଜରିଆରେ ଓଡିଶା ର ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଥିଲା । ଚlମେଲୀ ଓଝା ଙ୍କୁ ନ୍ୟାୟ ନ ମିଳିଲେ ମିଳିତ ଦଳ ତରଫରୁ ଆନ୍ଦୋଳନ ଜାରି ରହିବ ବୋଲି ସାମ୍ବାଦିକ ଙ୍କ ଠାରେ ବିରୋଧୀ ମାନେ ପ୍ରକାଶ କରିଥିଲେ ।



Post a Comment