Header ADS

ଦୁର୍ଘଟଣା ଆହତଙ୍କୁ ଉଦ୍ଧାର କରୁଥ‌ିବା ବେଳେ ଧକ୍କା ଦେଲା କାର ଡାକ୍ତରଖାନାରେ ମୃତଦେହ ଛାଡ଼ି ଯୁବତୀ ଚମ୍ପଟ୍

 ଦୁର୍ଘଟଣା ଆହତଙ୍କୁ ଉଦ୍ଧାର କରୁଥ‌ିବା ବେଳେ ଧକ୍କା ଦେଲା କାର ଡାକ୍ତରଖାନାରେ ମୃତଦେହ ଛାଡ଼ି ଯୁବତୀ ଚମ୍ପଟ୍ 



ନୀଳଗିରି,୨୫/୪(ଓଡ଼ିଶା ଆଦର୍ଶ): ସେରଗଡ଼ - ନୀଳଗିରି ରାସ୍ତାର ଆମ୍ବୁଡିହା ନିକଟରେ ରେ ଏକ ସ୍କୋର୍ପିଅ ଗାଡ଼ି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଖସି ପଳାଇଥିଲା। ସେହି ରାସ୍ତାରେ ଆସୁଥିବା ଖନ୍ତାପଡ଼ା ଥାନା ନରହରିପୁର ଗାଁର ସୃଷ୍ଟିଧର ଗନ୍ତାୟତ(୫୨) ଙ୍କ ଆଖି ଆଗରେ ରେ ଦୁର୍ଘଟଣା ଦେଖି ନିଜ ସ୍କୁଟିରୁ ଓହ୍ଲାଇ ପଡ଼ି ଆହତଙ୍କୁ ସାହାଯ୍ୟ କରୁଥିବା ବେଳେ ଜଣେ ଯୁବତୀ ଦ୍ରୁତ ଗତିରେ କାର୍ ଚଳାଇ ଆସି ସୃଷ୍ଟିଧରଙ୍କୁ ଧକ୍କା ଦେଇଥିଲେ। ଫଳରେ ସୃଷ୍ଟିଧର ଗୁରୁତର ଆହତ ହୋଇଥିଲେ। ପାଖରେ ଥ‌ିବା ଲୋକ ଧକ୍କା ଦେଇଥିବା ଓଡି ୦୧ବିଇ ୫୧୮୯ ନମ୍ବର ବିଶିଷ୍ଟ ହୋଣ୍ଡା ଆମାଜ କାରକୁ ଅଟକ ରଖି ସେହି କାରରେ ଆହତ ସୃଷ୍ଟିଧରଙ୍କୁ ବସାଇ ନୀଳଗିରି ମେଡିକାଲକୁ ନେଇଥିଲେ। କିନ୍ତୁ ଦୂର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜାଣି ମେଡିକାଲରୁ ଦୁର୍ଘଟଣା ଘଟାଇଥିବା ଯୁବତୀ ଜଣକ କାର ଧରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଗୁରୁତର ଯୁବକଙ୍କୁ ରେମୁଣା ମେଡିକାଲ କଲେଜ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସେପଟେ ଏହି କାରଟି ଭଦ୍ରକ ଜିଲା ବାସୁଦେବପୁର ଞ୍ଚଳର ବୋଲି ସୂଚନା ମିଳିଥିଲେ ହେଁ ଦୁର୍ଘଟଣା ଘଟାଇଥ‌ିବା ଯୁବତୀଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଶେରଗଡ଼ ଫାଣ୍ଡି ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

Post a Comment

Previous Post Next Post
Header ADS