Header ADS

ବ୍ଲକ୍ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ସମାରୋହ -୨୦୨୬ ଅନୁଷ୍ଠିତ

 ବ୍ଲକ୍ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ସମାରୋହ -୨୦୨୬ ଅନୁଷ୍ଠିତ


ନୀଳଗିରୀ,୨୪/୪(ଓଡ଼ିଶା ଆଦର୍ଶ):ଅଦ୍ୟ ଦିବା ୪ ଘଟିକା ସମୟରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ବ୍ଲକ୍ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ କରୁଣାକର ପଣ୍ଡା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ,ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ପୋଥାଳ,ତହସିଲଦାର ଶ୍ରୀମତୀ ସୋନମ ଦାସ,ଜିଲ୍ଲାପରିଷଦ ସଦସ୍ୟ ଶ୍ରୀଯୁକ୍ତ ଗୋତିକୃଷ୍ଣ ନନ୍ଦ,ଶ୍ରୀମତୀ ସୁବର୍ଣ୍ଣ ମଞ୍ଜରୀ ସିଂ,ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ କୃତିବାସ ବେହେରା ପ୍ରମୁଖ ଯୋଗ ଦେଇଥିଲା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଜନହିତକର ଯୋଜନା ମାଧ୍ୟମରେ ଲୋକ ମାନଙ୍କର ସେବା ପାଇଁ ପ୍ରତିଶୃତିବୋଧ ବୋଲି ମୂଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ନିଜ ଅଭିବ୍ୟକ୍ତିରେ ପ୍ରକାଶ କରିଥିଲେ।ଏଥିରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଖଟୁଆ ନୀଳଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ୨୫ ଗୋଟି ପଞ୍ଚାୟତରୁ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତଦୋୟ ଗୃହ ଯୋଜନାରେ ୧୬୨ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ,ତହସିଲ ପକ୍ଷରୁ ଭୂମି ହୀନ ୫୦ ଜଣ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ ସହ ୧୫ ସି. ଏଫ. ସି ରେ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ଭାବେ କାଂଶ,୫th ଏସ.ଏଫ୍. ସି ରେ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ଭାବେ ଆରବନ୍ଧ ଏବଂ ଭି.ଜି. ଆର. ଜି.ରେ ଜମୁଡ଼ିହି ଗ୍ରାମ ପଞ୍ଚାୟତ କୁ ସମ୍ମାନୀତ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଶୁଭ ଉଦ୍ଘାଟନ କରି ସମବେତ ଜନତାଙ୍କୁ ଉଦବୋଧନ ଦେବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଉପସ୍ଥିତ ସମବେତ ଜନତା ଭିଡିଓ ମାଧ୍ୟମରେ ଉପଭୋଗ କରିଥିଲେ।


Post a Comment

Previous Post Next Post
Header ADS