ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଚାନକ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ। ଖୁବଶୀଘ୍ର ନାଶା, କର୍ଣ୍ଣ ଓ ଗଳା ଡାକ୍ତର ନିଯୁକ୍ତି ପ୍ରତିଶୃତି।
ନୀଳଗିରି ,୨୧/୪(ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ରୋଗୀ ଓ ସମ୍ପର୍କୀୟ ଙ୍କ ସ୍ୱାସ୍ଥ୍ୟ ପଚାରି ବୁଝିବା ସହ ଚିକିତ୍ସାଳୟର ସମସ୍ତ ଅଧିକାରୀ, ଡାକ୍ତର ବୁଦ୍ଧିଜୀବୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ ରହିଥିଲା। ଦୁଇବର୍ଷ ହେବ ସମସ୍ତ ବିଭାଗର ଡ଼ାକ୍ତର ପୂରଣ ହୋଇଛି। ଖୁବଶୀଘ୍ର ଇଏନଟି(ନାଶା, କର୍ଣ ଓ ଗଳା) ଡାକ୍ତର ନିଯୁକ୍ତି ସହିତ ୱାର୍ଡ଼ ନିର୍ମାଣହେବାର ପ୍ରତିଶ୍ରୁତି ଦେଇଥିଲେ। ୧୦୦ଶଯ୍ୟା ବିଶିଷ୍ଟ ରୋଗୀଶଯ୍ୟା ଗୃହ ନିର୍ମାଣପାଇଁ ମାନ୍ୟବର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ପ୍ରସ୍ତାବ ଦେଇଥିବା ମନ୍ତ୍ରୀ ସ୍ବୀକାର କରିବାସହିତ ଏହା ବିଚାରାଧୀନ ରହିଥିବା ସୂଚନା ଦେଇଛନ୍ତି। ଆଗାମୀ ଦିନରେ ହସ୍ପିଟାଲରେ ଯାହା ସବୁ ଦରକାର ଅଛି ତାହା ସରକାର ପୂରଣ କରିବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ତେବେ ଜୈନିକ ଡାକ୍ତର ଦୀର୍ଘବର୍ଷ ଧରି ହସ୍ପିଟାଲରେ ରହିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରକୁ ମନ୍ତ୍ରୀ ଏଡାଇ ଯାଇଥିବା ଜଣାଯାଇଛି।ଏହି ଗସ୍ତ ସମୟରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସିଡ଼ିଏମଓ ଅମୂଲ୍ୟ ଦାଶ, ଏସଡିଏମଓ ସରୋଜିନୀ ପ୍ରଧାନ ଓ ବହୁ ପଦାଧିକାରୀଙ୍କ ସହ ବହୁ ବୁଦ୍ଧିଜୀବି ସାମିଲ ହୋଇଥିଲେ।






Post a Comment