Header ADS

୧୦୮ଆମ୍ବୁଲାନ୍ସ ରେ ଅଚଳ ଏସି, ଟାୟାର ରେ ଦେଖାଯାଉଛି ସୂତା, ରୋଗୀଙ୍କ ସହିତ ଖେଳୁଛି ୧୦୮ସଂସ୍ଥା

୧୦୮ଆମ୍ବୁଲାନ୍ସ ରେ ଅଚଳ ଏସି, ଟାୟାର ରେ ଦେଖାଯାଉଛି ସୂତା, ରୋଗୀଙ୍କ ସହିତ ଖେଳୁଛି ୧୦୮ସଂସ୍ଥା 



ବାଲେଶ୍ଵର ,୨୦/୫(ଓଡ଼ିଶା ଆଦର୍ଶ): ନାହିଁ ନାହିଁ ରେ ଚାଲୁଛି ରାଜ୍ୟ ସରକାର ଙ୍କ ୧୦୮ ଆମ୍ବୁଲାନ୍ସ ସେବା, ଅଚଳ ଏସି ଟାୟାର କଥା ତ ନକହିବା ଭଲ। ସାରା ରାଜ୍ୟରେ ରୋଗୀଙ୍କୁ ମାଗଣାରେ ଡାକ୍ତରଖାନା ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୧୦୮ ଆମ୍ବୁଲାନ୍ସ ସେବା ମାଗଣାରେ ଯୋଗାଉଛନ୍ତି ହେଲେ ଏବେ ଏହି ୧୦୮ ଆମ୍ବୁଲାନ୍ସ ଗାଡ଼ି ଗୁଡ଼ିକରେ ଏସି ବ୍ୟବସ୍ଥା ଅଚଳ ହୋଇଥିବା ବେଳେ ଟାୟାର ଗୁଡ଼ିକ ପ୍ରାୟତ ୮୦ହଜାର କିଲୋମିଟର ଚାଲିବା ପରେ ବି ବଦଳା ଯାଉନାହିଁ ଫଳରେ ରୋଗୀ ନେଇ ଯାଇଥିବା ବେଳେ କିଛି ବି ଅଘଟଣକୁ ଏଡାଇ ଦିଆଯାଇ ନପାରେ। ତେବେ ଆଜି ବାଲେଶ୍ଵର ଫକୀର ମୋହନ ମେଡ଼ିକାଲ କଲେଜ ରୁ କଟକ ବଡ଼ ମେଡ଼ିକାଲ୍ କୁ ଶେରଗଡ଼ ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା ନାମକ ୧୧୫ବର୍ଷୀୟ ହୃଦ୍ ରୋଗୀ କୁ ସ୍ଥାନାନ୍ତର ପାଇଁ ସମ୍ପର୍କୀୟ ୧୦୮ ଆମ୍ବୁଲାନ୍ସ ସେବା କୁ କଲ୍ କରିଥିଲେ, କଲ ପାଇ OD 02BN 7559 ନମ୍ବର ବିଶିଷ୍ଟ ୧୦୮ ଆମ୍ବୁଲାନ୍ସ ମଧ୍ଯ ଅଧ ଘଣ୍ଟା ପରେ ଅଯୋଧ୍ୟାରୁ ଆସି ପହଞ୍ଚି ଥିଲା ମାତ୍ର ଏହି ଆମ୍ବୁଲାନ୍ସ ରେ ନା ଚାଲୁଥିଲା ଏସି ନା ଗାଡ଼ିର ଟାୟାର ଗୁଡ଼ିକ ଠିକ୍ ଥିଲା ପ୍ରାୟତ ଚାରୋଟି ଟାୟାର ରେ ତାର ଏବଂ ସୂତା ଦେଖାଯାଉଥିଲା ଫଳରେ ୧୧୫ ବର୍ଷୀୟ ରୋଗୀ ଙ୍କୁ ନେଇ କଟକ ପହଞ୍ଚିବା ଉଚିତ୍ ମନେ କରିନଥିଲେ ସମ୍ପର୍କୀୟ। ୧୦୮ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହିଥିଲେ ଆମେ ଚାକିରି କରିଛୁ ଆମ କଥା ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା ସଂସ୍ଥା ଶୁଣୁନାହିଁ। ଶେଷରେ ରୋଗୀ ଙ୍କ ସମ୍ପର୍କୀୟ ପୁଣି ଥରେ ୧୦୮କୁ କଲ୍ କରି ସବୁ କଥା ଜଣାଇବା ପରେ ଅନ୍ୟ ଏକ ୧୦୮ଆମ୍ବୁଲାନ୍ସ କୁ ପଠାଇ କଟକ ବଡ଼ ମେଡ଼ିକାଲ୍ କୁ ରୋଗୀଙ୍କୁ ନେଇଥିଲେ । ତେବେ ଏଠି ସବୁଠାରୁ ବଡ଼ ପ୍ରଶ୍ନ ରୋଗୀ ନେଇ ଯାଇଥିବା ଗାଡ଼ି ରେ ଯଦି ଏସି ଅଚଳ ଏବଂ ଟାୟାର ଖରାପ୍ ତାହେଲେ ରାସ୍ତାରେ କିଛି ଅଘଟଣ ଘଟିଲେ ତାହାର ଉତ୍ତରଦାୟୀ କିଏ ରହିବ? ସରକାର,ଡ୍ରାଇଭର ନା ପରିଚାଳନା କରୁଥିବା ସଂସ୍ଥା।ଘଟଣାକୁ ଗୁରୁତର ନେବା ସହିତ ପ୍ରଚଣ୍ଡ ରୌଦ୍ରତାପ ରୁ ଏସି ରେ ରୋଗୀଙ୍କୁ ନେବା ଏବଂ ୧୦୮ ଗାଡ଼ିରେ କାର୍ଯ୍ୟରତ ଥିବା ଅଧିକାରି ଙ୍କ ଜୀବନ ସୁରକ୍ଷା ତଥା ରୋଗୀ ଏବଂ ସମ୍ପର୍କୀୟ ଙ୍କ ସୁରକ୍ଷା କୁ ଆଖି ଆଗରେ ରଖି ଗାଡିର ଟାୟାର ଗୁଡ଼ିକ ନିୟମିତ ବ୍ୟବଧାନରେ ବଦଳାଇବା ଏବଂ ଠିକା ସଂସ୍ଥା କୁ ତାଗିଦ୍ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ରୋଗୀଙ୍କ ସଂପର୍କୀୟ।

Post a Comment

Previous Post Next Post
Header ADS