Header ADS

ପ୍ରବାସୀ ଶ୍ରମିକଙ୍କର ବାଙ୍ଗାଲୋରରେ ମୃତ୍ୟୁ।

 ପ୍ରବାସୀ ଶ୍ରମିକଙ୍କର ବାଙ୍ଗାଲୋରରେ ମୃତ୍ୟୁ।


ନୀଳଗିରି, ୨୪/୩(ଓଡ଼ିଶା ଆଦର୍ଶ):ନୀଳଗିରି ନିର୍ବାଚନ ମଣ୍ଡଳୀ ବାଉଁଶବଣିଆ ଗ୍ରାମ ପଞ୍ଚାୟତ ଗୁହାଳିଆ ଗ୍ରାମର ଗଙ୍ଗାଧର ନାୟକଙ୍କ ପୁତ୍ର ରତ୍ନାକର ନାୟକ ବୟସ ୪୦ ବର୍ଷ ପ୍ରବାସୀ ଶ୍ରମିକ ଭାବରେ କର୍ଣ୍ଣାଟକର ବାଙ୍ଗାଲୋର ସହରରେ ଲୁଗା କଳରେ କାର୍ଯ୍ୟ କରୁଥିଲେ । ଗତ ସୋମବାର ତା ୨୩/୦୩/୨୦୨୬ ରିଖ ନିଜ ବସା ଘରୁ ଚାଲି କରି କାରଖାନାକୁ ଯିବା ବାଟରେ ମୁଣ୍ଡ ବୁଲାଇବା ଯୋଗୁଁ ଥରି ଥରି ପକ୍କା ରାସ୍ତା ଉପରେ ପଡିଯାଇ ଚେତା ଶୂନ୍ୟ ହୋଇ ଯାଇଥିଲେ । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବାରୁ କାମାଶପାଲିଆ ଥାନା ପୋଲିସ ସ୍ଥାନୀୟ ଡାକ୍ତରଖାନାରେ ପହଞ୍ଚାଇ ଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ୮ ବର୍ଷର ପୁଅ ଓ ୧୫ ବର୍ଷର ଝିଅଟିଏ, ପିତା ମାତା ବୃଦ୍ଧ, ଜମି ବାଡି ନାହିଁ । ପୂର୍ବରୁ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଓ ତାଙ୍କର ନିର୍ମାଣ ଶ୍ରମିକ ପଞ୍ଜିକୃତ କାର୍ଡ ଅଛି । ତେଣୁ ନିର୍ମାଣ ଶ୍ରମିକ ଭାବେ ସମସ୍ତ ସରକାରୀ ସାହାଯ୍ୟ ସରକାରଙ୍କର ଶ୍ରମ ବିଭାଗ ଯୋଗାଇ ଦେବାକୁ ସ୍ଥାନୀୟ ବାଉଁଶବଣିଆ ସରପଞ୍ଚ ଓ ଏ ଅଞ୍ଚଳର ବୁଦ୍ଧିଜୀବି ସମାଜସେବୀମାନେ ଦାବି କରିଛନ୍ତି। ତାଙ୍କର ମର ଶରୀର ପୋଷ୍ଟମର୍ଟମ ସରିବା ପରେ ସ୍ଥାନୀୟ ପ୍ରବାସୀ ଶ୍ରମିକମାନେ ଉଦ୍ୟମ କରି ଉଡାଜାହାଜ ଯୋଗେ ଭୁବନେଶ୍ଵର ଓ ଆମ୍ବୁଲ୍ୟାନସ ଯୋଗେ ଗୁହାଳିଆ ଗ୍ରାମରେ ପହଞ୍ଚାଇ ଥିଲେ । ମର ଶରୀର ପହଞ୍ଚିଲା ବେଳକୁ ହଜାର ହଜାର ସ୍ଥାନୀୟ ଲୋକ ଠୁଳ ହୋଇ ଥିଲେ । ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ନିରଞ୍ଜନ ବାରିକ, ନାଏବ ସରପଞ୍ଚ ସୁପ୍ରଭା ପ୍ରଧାନ, ୱାର୍ଡ ସଭ୍ୟା ଶାନ୍ତିଲତା ନାୟକ, ସେବା ସମବାୟ ପରିଚାଳନା ସଦସ୍ୟ ଦୀପକ କୁମାର ନାୟକ, ନିରଞ୍ଜନ ଜେନା, ସମାଜ ସେବୀ ମଧୁସୂଦନ ନାୟକ, ପୋଲିସ ଅଧିକାରୀ ମୃତ୍ୟୁଞ୍ଜୟ ବେହେରା, ପାଟପୁର ବଜାର କମିଟି ସଭାପତି ସର୍ବେଶ୍ଵର ସାହୁ, ରତ୍ନାକର ସାହୁ, ମଳୟ ସାହୁ ଉପସ୍ଥିତ ଥିଲେ ।

Post a Comment

Previous Post Next Post
Header ADS