ଉପଖଣ୍ଡ ବାର ଏସୋସିଏସନ୍ ର ସମସ୍ତ ପଦାଧିକାରୀ ନିର୍ଦ୍ଵନ୍ଦରେ ନିର୍ବାଚିତ।
ନୀଳଗିରି ,୨୫/୩(ଓଡ଼ିଶା ଆଦର୍ଶ):ଆଗାମୀ ଓକିଲସଂଘ ନିର୍ବାଚନ ପୂର୍ବରୁ ନୀଳଗିରି ଉପଖଣ୍ଡ ଓକିଲସଂଘର ସମସ୍ତ ପଦାଧିକାରୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାଯାଇଛି।ଆଜି ଅପରାହ୍ନ ୪ଟା ସମୟରେ ବାର ଏସୋସିଏସନ୍ କାର୍ଯ୍ୟାଳୟ ପରିସରରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବରିଷ୍ଠ ଆଇନଜୀବି ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସଂଘ ଗଠନଠାରୁ କ୍ରମାଗତ ୨୬ବର୍ଷଧରି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ପରିଲକ୍ଷିତ ହୋଇଛି। ଏତଦଭିନ୍ନ ଚଳିତବର୍ଷର ନିର୍ବାଚନରେ ମଧ୍ୟ ପ୍ରତି ପଦବୀପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଭରିଥିବାରୁ ଏବଂ କୌଣସି ପ୍ରତିଦ୍ବନ୍ଦୀ ନଥିବାରୁ ସମସ୍ତପଦବୀର ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ପରିଚାଳନା କରୁଥିବା ନିର୍ବାଚନ ଅଧିକାରୀ ଆଇନଜୀବୀ କାର୍ତ୍ତିକ କୁମାର ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ସଭାପତି ଭାବେ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଯତୀନ୍ଦ୍ର ନାୟକ ଓ ଗୌରହରି ବେହେରା ଉପସଭାପତି, କିଶୋର କୁମାର ଦାସ ସମ୍ପାଦକ, ସହ ସଂପାଦକ ଭାବେ ସୁରେଶ ଚନ୍ଦ୍ର ବାରିକ ଏବଂ ବିଘ୍ନେଶ୍ୱର ବାରିକ, ଦେବାନନ୍ଦ ଦାସ କୋଷାଧ୍ୟକ୍ଷ ଏବଂ ଜୟନ୍ତ କୁମାର ସ, ତନୟ କୁମାର ପାତ୍ର, ଶାନ୍ତିଲତା ମିଶ୍ର, ତନୁସ୍ମିତା ମହାଳିକ, ଶୁଭଶ୍ରୀ ନାୟକ, ପ୍ରଶାନ୍ତ କୁମାର ମଲ୍ଲିକ କାର୍ଯ୍ୟକାରୀ ସଦସ୍ୟଭାବେ ନିର୍ବାଚିତ ହୋଇଥିବା ସଂଘପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉକ୍ତସଂଘର ୩୬ଜଣ ସଦସ୍ୟ ଏକତାସୂତ୍ରରେ ବାନ୍ଧିହୋଇ ସମସ୍ତ କର୍ମକର୍ତ୍ତାଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିଥିବାରୁ ପୁନଃ ନିର୍ବାଚିତ ସଭାପତି ଚିତ୍ତରଞ୍ଜନ ଷଡ଼ଙ୍ଗୀ ସାଧୁବାଦ ଜଣାଇବାସହିତ ପ୍ରତ୍ୟେକ ମାସର ଶେଷ ଶନିବାର ଉକ୍ତସଂଘର ସମସ୍ତ ଓକିଲ ନୀଳଗିରି ଜନସାଧାରଣଙ୍କୁ ନିଃଶୁଳ୍କ ସେବାଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଆଗାମୀ ମାର୍ଚ୍ଚ ୨୮ତାରିଖ ୨୦୨୬/୨୭ ବର୍ଷପାଇଁ ସଂଘର ସମସ୍ତ ନିର୍ବାଚିତ ପଦାଧିକାରୀଙ୍କ ନାମ ନୀତିଗତ ଘୋଷଣା କରାଯିବବୋଲି ନିର୍ବାଚନ ଅଧିକାରୀ କାର୍ତ୍ତିକ କୁମାର ରାଉତ ସୂଚନା ଦେଇଛନ୍ତି।



Post a Comment