Header ADS

ଗାଧୋଉଥିବା ବେଳେ ବାପା ଆଗରେ ଚାଲିଗଲା ପୁଅର ଜୀବନ।

 


ଗାଧୋଉଥିବା ବେଳେ ବାପା ଆଗରେ ଚାଲିଗଲା ପୁଅର ଜୀବନ।


ନୀଳଗିରି, ୩୦/୩(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଅଧୀନ ଧୋବଶିଳା ଗ୍ରାମର ଗାଧୋଉଥିବା ବେଳେ ବାପା ଆଗରେ ଚାଲିଗଲା ପୁଅର ଜୀବନ। ସୋମବାର ଦିନ ୩ ଘଟିକା ସମୟରେ ତିନି ବର୍ଷର ପୁଅକୁ ଧରି ବାପା ପୋଖରୀ ରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ପୁଅଟି ବୁଡି ଯାଇଥିଲା। ପରେ ମୃତ ଅବସ୍ଥାରେ ପୁଅକୁ ଉଦ୍ଧାର କରିଥିଲା ବାପା। ଏପରି ଏକ ଦୁଃଖଦ ଘଟଣା ନିଳଗିରି ଥାନା ଅନ୍ତର୍ଗତ ଧୋବଶିଳା ଗ୍ରାମର ଜଡ଼ା ସିଂ ଙ୍କ, ତିନି ବର୍ଷର ପୁଅ ମୁନା ପୋଖରୀରେ ଗାଧୋଉଥିବା ବେଳେ ଏପରି ଅଘଟଣା ଘଟିଛି। ସଙ୍ଗେ ସଙ୍ଗେ ପିଲାକୁ ନୀଳଗିରି ମେଡିକାଲକୁ ଆଣିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ଅଞ୍ଚଳରେ ଏକ ପ୍ରକାର ଶୋକ ର ଛାୟା ଖେଳିଯାଇଛି।

Post a Comment

Previous Post Next Post
Header ADS