Header ADS

ଦୁଇ ବ୍ରାଉନସୁଗାର ବେପାରୀ ଗିରଫ, ୦.୨୪୬ମିଲି ଗ୍ରାମ ବ୍ରାଉନ ସୁଗାର ଜବତ।

 ଦୁଇ ବ୍ରାଉନସୁଗାର ବେପାରୀ ଗିରଫ, ୦.୨୪୬ମିଲି ଗ୍ରାମ ବ୍ରାଉନ ସୁଗାର ଜବତ।


ନୀଳଗିରି, ୩୦/୩(ଓଡ଼ିଶା ଆଦର୍ଶ):ନୀଳଗିରି ପୋଲିସ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୦.୨୪୬ମିଲି ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବରପାଇ ନୀଳଗିରି ଆଇ.ଆଇ.ସି ଗୋବର୍ଦ୍ଧନ ନାୟକ ସଦଳବଳେ ରାଉଳ ଖୁଣ୍ଟା ଛକରେ ସନ୍ତରାଗଡିଆ ଗ୍ରାମରେ ଜଗଦୀଶ ପାଣିଗ୍ରାହୀ (୩୦) ଓ କଣ୍ଠିଆ ଟିକର ଗ୍ରାମର ବଳରାମ ମହାକୁଡ଼ (୨୧) ମିଶି ବିକ୍ରି କରୁଥିବା ବେଳେ ପୋଲିସ ମାଡ଼ି ବସିଥିଲା। ଏନେଇ ନୀଳଗିରି ଥାନାରେ ୧୬୨/୨୬ରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତକାରୀ ଅଫିସର ରଞ୍ଜିତ ବେହେରା ଜବତ ବ୍ରାଉନସୁଗାର କୁ ଅତିରିକ୍ତ ତହସିଲଦାର ଶୁଭଶ୍ରୀ ଜେନା ଙ୍କ ଉପସ୍ଥିତିରେ ଓଜନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

Post a Comment

Previous Post Next Post
Header ADS