Header ADS

୮୧ବର୍ଷରେ ସିମୁଳିଆରେ ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ।

 ୮୧ବର୍ଷରେ ସିମୁଳିଆରେ ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ।



ନୀଳଗିରି,୩୦/୩(ଓଡ଼ିଶା ଆଦର୍ଶ): ନୀଳଗିରି ଏନ୍ ଏ ସି ର ୯ନମ୍ବର ୱାର୍ଡର ସିମୁଳିଆ ଗ୍ରାମରେ ୮୧ବର୍ଷରେ ଲକ୍ଷ୍ମୀ ନାରାୟଣ ପୂଜା ଚଳିତ ବର୍ଷ ମହା ଆଡ଼ମ୍ବରରେ ପାଳିତ ହୋଇଅଛି। ସାତ ଦିନ ଧରି ଯଜ୍ଞ ପାଠ କରାଯାଇଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି ସାତ ଦିନ ଧରି ଗ୍ରାମରେ ଆମିଷ ନିଷେଧ କରାଯାଇଥାଏ। ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଠାକୁରଙ୍କୁ ଦର୍ଶନ ପାଇଁ ଭିଡ଼ ଲାଗିଥାଏ। ନିଳଗିରି ବିଧାୟକ ସନ୍ତୋଷ ଖଟୁଆ, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ପ୍ରମୁଖ ପହଞ୍ଚି ଠାକୁରଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଗ୍ରାମର ରବିନ୍ଦ୍ର ମହଲ, ରାମଚନ୍ଦ୍ର ମହଲ, ଗୌରହରି ମହଲ, ପ୍ରଫୁଲ୍ଲ ଦଳାଇ, ହେମନ୍ତ ବେହେରା, ସତ୍ୟନାରାୟଣ ମହଲ, ବ୍ରହ୍ମାନନ୍ଦ ମହଲ, ଦୀପକ ଗୋଚ୍ଛାୟତ, ଆଲୋକ ବେହେରା, କମଳାକାନ୍ତ ବେହେରା, ଶିବ ନାରାୟଣ ଷଡଙ୍ଗୀ ପ୍ରମୁଖ ସାତ ଦିନ ଧରି ପୂଜା କୁ ପରିଚାଳନା କରିଥିଲେ।

Post a Comment

Previous Post Next Post
Header ADS