Header ADS

ଏସଏସବି ଅଧ୍ୟାପକ, ଅଧ୍ୟାପିକାଙ୍କ ପଦନ୍ନୋତି ଏବଂ ବେତନରେ ପାତରଅନ୍ତର

 ଏସଏସବି ଅଧ୍ୟାପକ, ଅଧ୍ୟାପିକାଙ୍କ ପଦନ୍ନୋତି ଏବଂ ବେତନରେ ପାତରଅନ୍ତର



ନୀଳଗିରି ,୨୯/୩(ଓଡ଼ିଶା ଆଦର୍ଶ):ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷାବିଭାଗ ଅଧୀନ ଅନୁଦାନପ୍ରାପ୍ତ ୪୮୮ବର୍ଗ ଅଧ୍ୟାପକ/ଅଧ୍ୟାପିକା ମାନଙ୍କ ପ୍ରତି ରାଜ୍ୟସରକାର ଅହେତୁକ ବୈମାତୃକ ମନୋଭାବ ପ୍ରତିବାଦରେ ଆଜି ନୀଳଗିରି ଏନଏସି କଲ୍ୟାଣମଣ୍ଡପ ପରିସରରେ ରାଜ୍ୟ ସିଲେକ୍ସନ୍ ବୋର୍ଡ ଲେକ୍ଚର୍ସ ଆସୋସିଏସନ୍ (ଓଏସଏଲ୍ଏ) ର ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭପ୍ରକାଶ ପାଇଥିବା ବେଳେ ତୁରନ୍ତ ସେମାନଙ୍କୁ ନ୍ୟାୟପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ମୁଖ୍ୟଶାସନ ସଚିବ ଏଵଂ ବିଭାଗୀୟ ସଚିବ ଧ୍ୟାନଦେବାକୁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟସରକାରଙ୍କ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ନିଯୁକ୍ତି ନିୟମାବଳୀ ୨୦୧୪ଅନୁଯାୟୀ ଏସଏସବି ଚୟନ ପ୍ରକ୍ରିୟାରେ ସମସ୍ତ ମାନଦଣ୍ଡ ପୂରଣକରି ୨୦୧୬ମସିହାରେ ନିଯୁକ୍ତି ପାଇଥିବା ୪୮୮ବର୍ଗର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ମାନଙ୍କୁ ୮ବର୍ଷ ପୂରଣହେଲେ ପଦନ୍ନୋତି (ଗ୍ରୁପ୍ - ଏ)ସହିତ ଗ୍ରେଡପେ ୪୬୦୦ରୁ ବୃଦ୍ଧିପାଇ ୫୪୦୦ ହେବାର ପ୍ରାବଧାନ ରହିଛି। ତଦନୁଯାୟୀ ୨୦୧୬ରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଅକ୍ଟୋବର ୨୦୨୪ସୁଦ୍ଧା ୮ବର୍ଷ ପୂରଣକରିଥିବାରୁ ପଦନ୍ନୋତି ପାଇ ସହକାରୀ ପ୍ରାଧ୍ୟାପକ ଭାବରେ ପରିଗଣିତ ହେବାକଥା। ମାତ୍ର ଇତିମଧ୍ୟରେ ଦୁଇବର୍ଷ ପାଖାପାଖି ସମୟ ଅତିବାହିତ ହୋଇଥିଲେ ମଧ୍ୟ ସେମାନଙ୍କୁ ସିକୃତିପ୍ରଦାନ କରିବା ପରିବର୍ତ୍ତେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସମସାମୟିକ ନିଯୁକ୍ତିପ୍ରାପ୍ତ ସରକାରୀ ଏବଂ ବ୍ଲକ୍ ଗ୍ରାଣ୍ଡ ଅଧ୍ୟାପକ/ ଅଧ୍ୟାପିକା ମାନେ ଏସବୁ ମାନ୍ୟତା ପାଇପାରିଛନ୍ତି। ଏନେଇ ବାରମ୍ବାର ସଂଘ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏଵଂ ଅନ୍ୟବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦିଆଯାଇନଥିବା ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସଂଘର ନେତୃବୃନ୍ଦ କ୍ଷୋଭର ସହିତ ଉଦବେଗପ୍ରକାଶ କରିଛନ୍ତି। ତେବେ ରାଜ୍ୟସରକାର ସିସିଆର ବାହାନାକରି ପଦନ୍ନୋତି ଦାବୀକୁ ଚପାଇରଖିଥିବା ଅଭିଯୋଗ କରିଛନ୍ତି। ତେଣୁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତିପୂର୍ବକ କଲେଜର ସବୁପ୍ରକାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଆସୁଥିବା ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଗ୍ରେଡପେ ୫୪୦୦କୁ ବୃଦ୍ଧିକରିବା ସହ ନିୟମାନୁଯାୟୀ ସହକାରୀ ପ୍ରାଧ୍ୟାପକ ପଦବୀକୁ ପଦନ୍ନୋତି କରିବାକୁ ଦାବୀ କରିଛନ୍ତି। ଏହାସହିତ ସମାନତା ନ୍ୟାୟରେ ସମସ୍ତ ସୁବିଧା ଯୋଗାଇଦେବାକୁ ସଂଘ ଦାବିକରି ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଂଘର ସଭାପତି ଏବଂ ସମ୍ପାଦକଙ୍କ ଅନୁମୋଦନ କ୍ରମେ ରାଜ୍ୟସଂଘ କୋଷାଧ୍ୟକ୍ଷ ଡଃ ଗୟାଧର ମଲ୍ଲିକ, ଡଃ ସଂଗ୍ରାମ ରାଉତ, ଉତ୍ତମ କବି, କ୍ଷମାସାଗର ବେହେରା, ଗୋପୀନାଥ ଦାସ, ଶମ୍ଭୁ ରାଉତ, କିରଣବାଳା ସେଠୀ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତରହି ସେମାନଙ୍କର ଉଦବେଗ ପ୍ରକାଶକରିବା ସହ ରାଜ୍ୟସରକାରଙ୍କ ଠାରେ ଦାବୀ ରଖିଥିଲେ।

  

Post a Comment

Previous Post Next Post
Header ADS