Header ADS

ବିଦ୍ୟୁତ୍ ଆଘାତରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି।

 ବିଦ୍ୟୁତ୍ ଆଘାତରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି।


ନୀଳଗିରି,୨୯/୩(ଓଡ଼ିଶା ଆଦର୍ଶ):ନୀଜ ଘର ଲାଇନ ବୋର୍ଡରୁ ପ୍ଲକ୍ ଖୋଲୁଥିବା ବେଳେ ହଠାତ୍ ସଟ୍ ସର୍କିଟ ହେବାରୁ ମହିଳା ଜଣକ ବିଦ୍ୟୁତ୍ ଆଘାତ ଲାଗିବାରୁ ଚିତ୍କାର କରିଥିଲେ। ପରିବାର ଲୋକେ ଅଚେତ୍ ଅବସ୍ଥାରେ ନିଳଗିରି ମେଡ଼ିକାଲକୁ ଅଣାଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ରେମୁଣା ଥାନା ଅନ୍ତର୍ଗତ ବଡୁଆ ଗ୍ରାମର କୃଷ୍ଣ ଚନ୍ଦ୍ର ମହାଳିକ ର ସ୍ତ୍ରୀ ପ୍ରତିମା ମହାଳିକ (୪୬) ରବିବାର ଦିନ ପ୍ରାୟ ୪ଟା ସମୟରେ ଘରେଥିବା ଲାଇନ ବୋର୍ଡ ରୁ ପ୍ଲକ୍ ଖୋଲୁଥିବା ବେଳେ ହଠାତ୍ ଚାର୍ଜ ହୋଇ ଯାଇଥିଲା। ଫଳରେ ପ୍ରତିମା ଅଚେତ ହୋଇ ପଡ଼ିଥିଲେ। ଅବସ୍ଥା ଏବେ ସ୍ତିର ଥିବାର ଦେଖିବାକୁ ମିଳିଛି।

Post a Comment

Previous Post Next Post
Header ADS