ଦେବାଶିଷ ଆଚାର୍ଯ୍ୟ ହେଲେ ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ନୀଳଗିରି ,୧୯/୩(ଓଡ଼ିଶା ଆଦର୍ଶ): ବିଜେପି ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବିଭିନ୍ନ ବିଭାଗ ପାଇଁ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଏହି କ୍ରମରେ ନୀଳଗିରି ନିର୍ବାଚନ ମଣ୍ଡଳୀ ର ଦେବାଶିଷ ଆଚାର୍ଯ୍ୟ ଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରଯାଇଛି। ଦେବାଶିଷ ଆଚାର୍ଯ୍ୟ ବାଲେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ର ଉପ ସଭାପତି ଭାବେ ଏବେ କାର୍ଯ୍ୟରତ ଅଛନ୍ତି। ତେବେ ଏହି ଖବର ପ୍ରଚାରିତ ହେବା ପରେ ବାଲେଶ୍ଵର ତଥା ନୀଳଗିରି ଅଞ୍ଚଳର ଦେବାଶିଷ ଆଚାର୍ଯ୍ୟ ଙ୍କ ବହୁ ସମର୍ଥକ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ଦଳ ପ୍ରତି ସମର୍ପିତ ମନୋଭାବ ରଖି ଆଗକୁ ବଢିବାକୁ ପ୍ରେରଣା ଦେଉଥିବା ପରିଲକ୍ଷିତ ହୋଇଛି। ତାଙ୍କ ଉପରେ ଦଳ ଭରଷା କରି ଏହି ଦାୟିତ୍ୱ ଦେଇଥିବାରୁ ଦେବାଶିଷ ଆଚାର୍ଯ୍ୟ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା,ମାନ୍ୟବର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା,ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l



إرسال تعليق