Header ADS

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା ପରିଷଦ ବୈଠକ।

 ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା ପରିଷଦ ବୈଠକ।


ନୀଳଗିରି, ୧୮/୩(ଓଡ଼ିଶା ଆଦର୍ଶ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା ପରିଷଦ ବୈଠକ ବର୍ଷିଆନ କମ୍ୟୁନିଷ୍ଟ ନେତା କୈଳାଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱ ରେ ନୀଳଗିରି ର ସିପିଆଇ କାର୍ଯ୍ୟାଳୟ ବନମାଳୀ ଭବନ ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ କୁମାର ଦାସ, କାର୍ଯ୍ୟକାରୀ କମିଟି ସଦସ୍ୟ ନିରଞ୍ଜନ ବାରିକ ଯୋଗଦାନ କରିଥିଲେ l ବୈଠକ ପ୍ରାରମ୍ଭ ରେ ଜିଲ୍ଲା ସମ୍ପାଦକ ଭାଗବତ ପ୍ରତିହାରୀ ଦିବଙ୍ଗତ ସାଥି ଶ୍ରୀଧର ଜେନା, ପ୍ରତାପ ମହାନ୍ତି ରାଜ୍ୟ ସ୍ତରୀୟ ଦିବଙ୍ଗତ ସାଥି ଙ୍କ ଉଦେଶ୍ୟ ରେ ଶୋକ ପ୍ରସ୍ତାବ ଆଗତ କରିଥିଲେ l ବୈଠକ ରେ ମୁଖ୍ୟତଃ ବିସ୍ଥାପିତ ମାନଙ୍କ ସମ୍ପର୍କୀୟ ଆଲୋଚନା କରିଥିଲେ l ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର ପ୍ରକାଶ କଲେ କି ନୀଳଗିରି ର କୁଳଡିହl ଅଭ୍ୟାରଣ୍ୟ ଚତୁର୍ପାଶ୍ୱ ରେ ଈକୋ ସେନସିଟି ଜୋନ ମଧ୍ୟରୁ ଜନ ବସତି କୁ ନ ହଟେଇବା ପାଇଁ ଏପ୍ରିଲ ମାସ ୬ ତାରିଖ ଦିନ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରା ଯିବ l ଆଲୋଚନା ରେ ଭାଗ ନେଇ କାର୍ଯ୍ୟକାରୀ କମିଟି ସଦସ୍ୟ ନିରଞ୍ଜନ ବାରିକ ଈକୋ ସେନସିଟିଭ ଜୋନ ର ପ୍ରଭାଵ ସାଧାରଣ ଲୋକ ଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର କlରଣ ରାତିରେ ଆଲୁଅ ଜଳିବ ନାହିଁ, ଏହି ଅଞ୍ଚଳ ରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଈ ପାରିବ ନାହିଁ, କଳ କାରଖାନା ନିର୍ମାଣ ହୋଇ ପାରିବ ନାହିଁ, ଏପରିକି ରାସ୍ତା, ମନ୍ଦିର, ପୋଲ ଭଳି ଜନ କଲ୍ୟାଣ ଅନୁଷ୍ଠାନ ମାନ ହୋଈ ପାରିବ ନାହିଁ l ବଣ୍ୟ ଯାନ୍ତୁ ଙ୍କ ଅବାଧ ପ୍ରଚଳନ ର ବ୍ୟବସ୍ଥା ଇକୋ ସେନସିଟିଭ ଜୋନ ମଧ୍ୟରେ ଥିବାରୁ ଚାଷୀ ମାନେ ଚାଷ କରିବା ସମ୍ଭବ ନୁହେଁ ଫଳରେ ସାଧାରଣ ଲକ୍ଷାଧିକ ଲୋକ ଆପଣା ଛାଏଁ ବିସ୍ଥାପିତ ହେବାକୁ ବାଧ୍ୟ ହେବେ l ୟାରୀ ମଧ୍ୟରେ ମାର୍ଚ୍ଚ ୩୦ ତାରିଖ ଦିନ ନୀଳଗିରି ବଉଳଗଡିଆ ରାସ୍ତା ର ପୁନଃ ନିର୍ମାଣ ଦାବି କରି ରାସ୍ତାରୋକ ହେବ ବୋଲି ଜୋନ ସମ୍ପାଦକ ବିଜୟ କୁମାର ସ କହିଥିଲେ l ଏହି ବିସ୍ଥାପିତ ଆନ୍ଦୋଳନ ରେ ଭାଗ ନେଇଥିବା ଖଇରା ଜୋନ ରୁ ମାନସ ମହାପାତ୍ର, ଜନ୍ମଜୟ ଶତପଥି, ଔପଦା ଜୋନ ରୁ ଅଜୟ ପଟ୍ଟନାୟକ, ଅନିରୁଦ୍ଧ ନାୟକ, ରେମୁଣା ଜୋନ ଦେବେନ୍ଦ୍ର ବେହେରା, ପ୍ରଭାବତୀ ଦାସ, ବାହାନଗା ରୁ ମହେନ୍ଦ୍ର ମଳିକ, କାର୍ତିକ ତ୍ରିପାଠୀ, ଟାଉନ ଜୋନ ରୁ ଶ୍ୟାମସୁନ୍ଦର ଜେନା, ସଦର ଜୋନ ରୁ ଯତୀନ ପତ୍ର, ବନ୍ଦନା ବିଶ୍ୱାସ, ସୋର ଜୋନ ରୁ ଶଶୀ କୁମାର ପଣ୍ଡା, ଭାଗବାନ ପଣ୍ଡା, ନୀଳଗିରି ଜୋନ ର ହରେକୃଷ୍ଣ ପଣ୍ଡିତ, ପ୍ରଭାକର ମହାପାତ୍ର, ରବୀନ୍ଦ୍ର ନାୟକ, ଅରୁଣା ବାରିକ, ଜଗନ୍ନାଥ ଟୁଡୁ, ଗାୟତ୍ରୀ ପଣ୍ଡା, ବାସନ୍ତୀ ନାୟକ, ପ୍ରତାପ ଚନ୍ଦ୍ର ସିଂ, ଗଙ୍ଗାଧର ସିଂ, ସୀତାରlମ ଦାସ, ନିହାର ଜେନା, ନିରଞ୍ଜନ ଜେନା, ଦେବେନ୍ଦ୍ର ବେହେରା, ବିକ୍ରମ ମିଶ୍ର ଙ୍କ ସମେତ ୫୦ ରୁ ଉର୍ଦ୍ଧ ଜିଲ୍ଲା ତଥା ଜୋନ ସ୍ତରୀୟ ସାଥି ମାନେ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS