ଆମ୍ବୁଡ଼ିହା ଗ୍ରାମ ର ବୋହୁ ସରସ୍ଵତୀ ଜେନା ମହିଳା ଉଦ୍ୟୋଗୀ ଭାବେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ସମ୍ମାନୀତ
ନୀଳଗିରି,୧ ୪/୦୨(ଓଡ଼ଶା ଆଦର୍ଶ): ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ଅବସରରେ ଲୋକସଭା ଭବନ ର କନଭେନସନ୍ ଗୃହରେ ଆୟୋଜିତ କାର୍ଯ୍ୟକ୍ରମ ରେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଉପକଣ୍ଠ ରେମୁଣା ବ୍ଲକ୍ ନୂଆଗାଁ ପଂଚାୟତ, ଆମ୍ବୁଡ଼ିହା ବାହାଳ ଗ୍ରାମର ବୋହୁ ଶ୍ରୀମତୀ ସରସ୍ଵତୀ ଜେନା ଙ୍କୁ ଜଣେ ମହିଳା ଉଦ୍ୟୋଗୀ ଭାବେ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସମ୍ମାନିତ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରି ବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ବିଦ୍ଯା ଶ୍ରୀଯୁକ୍ତ ଡ ମୁକେଶ ମହାଲିଙ୍ଗ, ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ସ୍ଵାଇଁ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷା ଶ୍ରୀମତୀ ଶୋଭନା ମହାନ୍ତି,ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ, ଡ. ମୃଣାଳିନୀ ଦର୍ଶୱାଲ୍ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ । ଯାହା ରେମୁଣା ପାଇଁ ଯଥେଷ୍ଟ ଗର୍ବ ଓ ଗୌରବ ରକଥା ବୋଲି ଅନେକ କହିଛନ୍ତି।




إرسال تعليق