ନୀଳଗିରିରେ ଚାଞ୍ଚଲ୍ୟ।ଅଢ଼େଇବର୍ଷର ଶିଶୁପୁତ୍ରକୁ ଅନ୍ୟ ସମ୍ପ୍ରଦାୟକୁ ବିକିଦେଲା ବାପା।
ପଶ୍ଚିମବଙ୍ଗ ରୁ ଶିଶୁପୁତ୍ର ଉଦ୍ଧାର।
ନୀଳଗିରି,୧୪/୨(ଓଡ଼ିଶା ଆଦର୍ଶ):ନୀଳଗିରି ଅଞ୍ଚଳରେ ଜଣେ ଅଢ଼େଇବର୍ଷର ଶିଶୁପୁତ୍ରକୁ ନିଜବାପା ବିକ୍ରିକରିଦେବା ଘଟଣା ଲୋକଲୋଚନକୁ ଆସିବାପରେ ନୀଳଗିରି ପୋଲିସର ତତ୍ପରତା ପ୍ରକାଶପାଇଛି।ତେବେ ଶିଶୁପୁତ୍ର ଉଦ୍ଧାରକରାଯାଇ ଶିଶୁମଙ୍ଗଳ କମିଟକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ ନୀଳଗିରି ଏନଏସି ଅନ୍ତର୍ଗତ ବରିସାହି ଗ୍ରାମର କୁଆ ଓରଫ ରାକେଶ କୁମାର ବେହେରା ନାମକ ଜୈନିକ ଯୁବକ ଗରୀବଶ୍ରେଣୀର ହୋଇଥିବାବେଳେ ଦୁଇଟିବିବାହ କରିଥିଲେ। ଦ୍ବିତୀୟ ସ୍ତ୍ରୀ ସ୍ଵାମୀଙ୍କ ଅତ୍ୟାଚାର ସହିନପାରି ସ୍ଵାମୀଙ୍କ ଠାରୁ ଅଲଗା ରହୁଥିବାବେଳେ ତାଙ୍କ ଔରସରୁ ଏକ ଅଢେଇବର୍ଷର ଶିଶୁପୁତ୍ର ବାପା ରାକେଶ ପାଖରେ ରହୁଥିଲା। ତେବେ ଉକ୍ତ ଶିଶୁପୁତ୍ରକୁ ବାପା ଅନ୍ୟସମ୍ପ୍ରଦାୟରେ ୧ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ଏବଂ ୫୦ହଜାର ଟଙ୍କା ଅଗ୍ରୀମ ନେଇଥିବା ସୋସିଆଲ ମିଡିଆରେ ଖବରପ୍ରସାରଣ ପରେ ଗୁମର ପଦାକୁ ଆସିଥିଲା। ନୀଳଗିରି ଅଞ୍ଚଳର କିଛି ସ୍ବେଚ୍ଛାସେବୀ ଘଟଣାର ଗୁରୁତ୍ବଦେଇ ରାଜେଶଙ୍କ ଠାରେ ପହଞ୍ଚ ସତ୍ୟାସତ୍ୟ ଜାଣିବାପରେ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ।ରାକେଶ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ମୂଲଚାଲ କରି ଶିଶୁପୁତ୍ରକୁ ନିକଟସ୍ଥ ଷ୍ଟେସନସାହି ଅଞ୍ଚଳରେ ଅନ୍ୟସମ୍ପ୍ରଦାୟରେ (ମୁସଲିମ)କୁ ବିକ୍ରି କରିଥିବା ସ୍ବୀକାର କରିଛି । ଅଭିଯୋଗ ପାଇ ପୋଲିସ ଶିଶୁପୁତ୍ରର ଖୋଜଖବର ନେଇଥିଲା। ପରେ ଶିଶୁପୁତ୍ରକୁ ମଧ୍ୟସ୍ଥିଙ୍କ ଜରିଆରେ ପଶ୍ଚିମବଙ୍ଗ ଅଞ୍ଚଳରୁ ଉଦ୍ଧାରକରି ଶିଶୁମଙ୍ଗଳକୁ ହସ୍ତାନ୍ତରକରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ ଶିଶୁ ପୁତ୍ର କୁ ନୀଳଗିରି ଚିମିନି ଭାଟି ଅଞ୍ଚଳରୁ ଉଦ୍ଧାର କରିଥିବା କହିଛନ୍ତି। ତେବେ ସମସ୍ତ ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅଞ୍ଚଳବାସୀ।



إرسال تعليق