Header ADS

ଅବ୍ୟବସ୍ଥା ଘେରରେ ସହକାରୀ ଶ୍ରମ କାର୍ଯ୍ୟାଳୟ।

 ଅବ୍ୟବସ୍ଥା ଘେରରେ ସହକାରୀ ଶ୍ରମ କାର୍ଯ୍ୟାଳୟ।



ନୀଳଗିରି,୩/୨(ଓଡ଼ଶା ଆଦର୍ଶ):ଅବ୍ୟବସ୍ଥା ଘେରରେ ନୀଳଗିରି ସହକାରୀ ଶ୍ରମ କାର୍ଯ୍ୟାଳୟ।ଉକ୍ତ କାର୍ଯ୍ୟାଳୟ ରେ ପିଅନ ଥାଇ ନାହାଁନ୍ତି। ସୂଚନା ରୁ ଜଣାଯାଇଛି,ନୀଳଗିରି ଉପଖଣ୍ଡ ସହକାରୀ ଶ୍ରମ କାର୍ଯ୍ୟାଳୟ ରେ ପୂର୍ବରୁ ସରୋଜିନୀ ନାୟକ ନାମ୍ନୀ ଜଣେ ମହିଳା ,ପିଅନ ଭାବେ କାର୍ଯ୍ୟ କରୁଥିଲେ। ଅକ୍ଟୋବର ମାସରୁ ସରୋଜିନୀ ନାୟକ ଙ୍କୁ ବାଲେଶ୍ବର ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ବଦଳି କରାଯାଇଛି। ତାଙ୍କ ବଦଳରେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ବିକ୍ରମ ସ୍ଵାଇଁ ଙ୍କୁ ନୀଳଗିରି ଶ୍ରମ କାର୍ଯ୍ୟାଳୟ କୁ ବଦଳି କରାଯାଇଥିଲେ ହେଁ, ବର୍ତ୍ତମାନ ସୁଦ୍ଧା ବିକ୍ରମ ସ୍ଵାଇଁ ନୀଳଗିରି ଶ୍ରମ କାର୍ଯ୍ୟାଳୟ କୁ ନ ଆସି ବାଲେଶ୍ବର ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଛନ୍ତି। ଖବର ନେବାରୁ ଜଣାଯାଏ ଯେ ବିକ୍ରମ ସ୍ଵାଇଁ ଗୋଟିଏ ଦିନ ନୀଳଗିରି ଶ୍ରମ କାର୍ଯ୍ୟାଳୟ ରେ କାର୍ଯ୍ୟ ରେ ଯୋଗଦେଇ, ବାଲେଶ୍ବର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ କରିବା କେତେଦୂର ଯୁକ୍ତି ସଂଗତ ଆଟେ। ଫଳରେ ନୀଳଗିରି ଶ୍ରମ କାର୍ଯ୍ୟାଳୟ ରେ କର୍ମଚାରୀ ଅଭାବ ରୁ ସଠିକ ଭାବେ କାର୍ଯ୍ଯ ହୋଇ ପାରୁ ନାହିଁ। ସେଥି ପାଇଁ ଉକ୍ତ ପିଅନ କୁ ବାଲେଶ୍ବର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରୁ ଯଥା ଶୀଘ୍ର ଆଣି ନୀଳଗିରି ଶ୍ରମ କାର୍ଯ୍ୟାଳୟ ରେ କାର୍ଯ୍ୟ ରେ ଯୋଗଦେବା ପାଇଁ ଜନସାଧାରଣ ପକ୍ଷରୁ ଜିଲ୍ଲାପାଳ ବାଲେଶ୍ଵର ଓ ଶ୍ରମ କମିଶନର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଯଥା ଶୀଘ୍ର ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରାଯାଇଛି।

Post a Comment

Previous Post Next Post
Header ADS