Header ADS

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଆବକ୍ଷ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ

 ବ୍ୟାସକବି ଫକୀରମୋହନ ସେନାପତିଙ୍କ ଆବକ୍ଷ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ 


ନିଳଗିରି ,୪/୨(ଓଡ଼ଶା ଆଦର୍ଶ): ଆଜି ଦିବା ଘ. ୧୦ଟୀକା ସମୟରେ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୀଳଗିରି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଛକ ଠାରେ ସ୍ଥାପିତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଆବକ୍ଷ ବ୍ରୋଞ୍ ପ୍ରତିମୂର୍ତ୍ତିର ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ଵରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଆ ଭାଷା ଓ ସାହିତ୍ୟର ଅନନ୍ୟ ବିନ୍ଧାଣୀ ବ୍ୟାସକବି ଫକୀରମୋହନଙ୍କ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଫିତା କାଟି ଅନାବରଣ କରିଥିଲେ। ପରେ ପରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ବାଲେଶ୍ଵରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମେତ ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ,ନୀଳଗିରି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା, ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଂଶୁମାନ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟା ଦ୍ବୟ ଶ୍ରୀମତୀ ରଞ୍ଜିତା ସିଂ,ଶ୍ରୀମତୀ କଳ୍ପନା ମଞ୍ଜରୀ ସିଂ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅନାବରଣ ଉତ୍ସବରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ଓଡ଼ିଶାର ମହାନ ମନୀଷୀ ମାନଙ୍କ ମଧ୍ୟରେ ବ୍ୟାସକବି ଫକୀରମୋହନ ସେନାପତି ଅନନ୍ୟ । ବାଲେଶ୍ଵର ଜିଲ୍ଲାର ନୀଳଗିରି ଗଡ଼ଜାତ ମାଟି ତାଙ୍କ କର୍ମସ୍ଥଳୀରେ ଦିୱାନ ସହ ସାହିତ୍ୟ ସାଧନ କରି ନିଜର ବହୁମୁଖୀ ଦକ୍ଷତା ପ୍ରତିଭା ସୃଷ୍ଟି କରି ଥିଲେ। ଅନ୍ୟ ଦେଶୀୟ ରାଜ୍ୟରେ ମଧ୍ଯ ଦେୱାନି କାର୍ଯ୍ୟଭାର ତୁଲାଇଥିଲେ।ତାଙ୍କ ତୀକ୍ଷ୍ଣ ଶକ୍ତ ଲେଖନୀ ମୁନରେ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ହେବା ସହିତ ଭାଷା ଭିତ୍ତିକ ରାଷ୍ଟ୍ର ଗଠନର ମୂଳ କର୍ଣ୍ଣଧାର ଥିଲେ।ତାଙ୍କରି ଅଦମ୍ୟ ଚେଷ୍ଟା ଲେଖନୀ ଚାଳନା ବଳରେ ସମାଜରେ ପରିବର୍ତ୍ତନ ହୋଇପାରିଥିଲା।ଆଜି ସେହି ମହାନ୍ ବୈପ୍ଲବିକ ପରିବର୍ତ୍ତନର କର୍ଣ୍ଣଧାର ବ୍ୟାସକବି ଫକୀରମୋହନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ବା ଅନାବରଣ କରି ନିଜକୁ ଧନ୍ୟ ମନେ କରୁଛି। ଅନ୍ୟାନ୍ୟ ବରେଣ୍ୟ ଅତିଥି ଗଣ ଫକୀର ମୋହନଙ୍କ ଅତୀତ ଇତିବୃତି ସ୍ମୃତି ଚାରଣ କରିଥିଲେ।ଉକ୍ତ ସାଧାରଣ ସଭାରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା ପୌରୋହିତ୍ୟ କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ।ଏହି ଉତ୍ସବରେ ନୀଳଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଆସିଥିବା ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ,ବରିଷ୍ଠ ନାଗରିକ, ବୁଦ୍ଧିଜିବୀ,ସମାଜସେବୀ, ଲୋକ ପ୍ରତିନିଧି, ପୁର୍ବତନ ଲୋକ ପ୍ରତିନିଧି, ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା ଏବଂ ସାମ୍ୱାଦିକ ଗଣ ଯୋଗ ଦେଇ ସଫଳତା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Post a Comment

Previous Post Next Post
Header ADS