Header ADS

ସମାଜସେବୀ ଶ୍ରୀଧର ଜେନାଙ୍କ ଦେହାନ୍ତ।

 ସମାଜସେବୀ ଶ୍ରୀଧର ଜେନାଙ୍କ ଦେହାନ୍ତ।



ନୀଳଗିରି,୩/୨(ଓଡ଼ଶା ଆଦର୍ଶ):ଔପଦା ବ୍ଲକ୍ ବାଉଁଶବଣିଆ ପଞ୍ଚାୟତ କାନ୍ଥିପଦା ଗ୍ରାମର ସମାଜସେବୀ ତଥା ସିପିଆଇନେତା ଶ୍ରୀଧର ଜେନା ଫେବୃଆରୀ ୨ତାରିଖ ସୋମବାର ୫୪ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଖବରପାଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲାସମ୍ପାଦକ ଭାଗବତ ପ୍ରତିହାରୀ, ରାଜ୍ୟକାର୍ଯ୍ୟକାରୀ କମିଟି ସଦସ୍ୟ ତଥା ବାଉଁଶବଣିଆ ସରପଞ୍ଚ ନିରଞ୍ଜନ ବାରିକ, ବରିଷ୍ଠ କମ୍ୟୁନିଷ୍ଟନେତା କୈଳାସ ଚନ୍ଦ୍ର ପଣ୍ଡା, ଜୋନସମ୍ପାଦକ ବିଜୟ ସ, ଶାଖା ସମ୍ପାଦକ ହରେକୃଷ୍ଣ ପଣ୍ଡିତ, ପ୍ରଭାକର ମହାପାତ୍ର, ଦେବେନ୍ଦ୍ର ବେହେରା, ନାରୀନେତ୍ରୀ ଗାୟତ୍ରୀ ପଣ୍ଡା, ନିରଞ୍ଜନ ଜେନା, ବିଦ୍ୟାଧର ବେହେରା, ଦୀପକ ନାୟକ, ନୀଳମାଧବ ବାରିକ ପ୍ରମୁଖ ପାର୍ଥିବଶରୀର ନିକଟରେ ପହଞ୍ଚି ଶେଷଦର୍ଶନ କରିବାସହିତ ଶରୀର ଉପରେ ଲାଲଝଣ୍ଡା ସମର୍ପଣ କରିଥିଲେ। ତାଙ୍କ ମରଶରୀର ନିକଟରେ ପତ୍ନୀ, ପୁଅ, ଆତ୍ମୀୟସ୍ୱଜନ ସହିତ ବନ୍ଧୁବାନ୍ଧବ ଉପସ୍ଥିତ ରହିଥିବା ବେଳେ ଗ୍ରାମ ପରିକ୍ରମା କରାଯାଇ ଶ୍ମଶାନରେ ଅନ୍ତେଷ୍ଟି ସମ୍ପନ୍ନ କରାଯାଇଥିଲା।ଭାରତୀୟ ନୌସେନାରେ କାର୍ଯ୍ୟରତ ପୁଅ ରଞ୍ଜିତ ଜେନା ମୁଖାଗ୍ନି ଦେଇଥିଲେ।

Post a Comment

Previous Post Next Post
Header ADS