ନୀଳଗିରି ସିଭିଲ କୋର୍ଟରେ ବିଶାଳ ରକ୍ତଦାନ ଶିବିର।
ସଂଗୃହିତ ହେଲା ୬୫ୟୁନିଟ୍ ରକ୍ତ
ନୀଳଗିରି,୩୧/୧(ଓଡ଼ଶା ଆଦର୍ଶ):ନୀଳଗିରି ବାର ଏସୋସିଏସନ୍, ଉପଖଣ୍ଡ ଏସୋସିଏସନ୍ ଏବଂ ମହୁରିର ସଂଘ ମିଳିତ ଆନୁକୁଲ୍ୟରେ ୩୧ତାରିଖ ଶନିବାର ନୀଳଗିରି ସିଭିଲକୋର୍ଟ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବାଲେଶ୍ୱର ଜିଲ୍ଲା ଦୌରାଜଜ୍ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ଉଦ୍ଘାଟନ କରିଥିଲା ବେଳେ ନୀଳଗିରି ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀମତୀ ସ୍ରୋତସ୍ୱନି କର, ସବଜଜ ଶ୍ରୀମତୀ ସୁନନ୍ଦା ପ୍ରଧାନ, ଏସ. ଡି.ଜେ.ଏମ ସୁଶ୍ରୀ ମୋନାଲିସା ପଣ୍ଡା ଉପସ୍ଥିତ ରହିଥିଲେ। ନୀଳଗିରିର ଉଭୟ ଓକିଲ ସଂଘ ଓ ମହୁରିର ସଂଘର କର୍ମକର୍ତ୍ତା ଉପସ୍ଥିତରହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ଏହି ଶିବିରରୁ ମୋଟ ୬୫ୟୁନିଟ ରକ୍ତସଂଗ୍ରହ ହୋଇଥିଲା। ନୀଳଗିରି ଓକିଲସଂଘର ସଭାପତି ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ପଟ୍ଟନାୟକ, ସମ୍ପାଦକ ଦେବେନ୍ଦ୍ର ପଣ୍ଡା, ଉପଖଣ୍ଡ ଓକିଲସଂଘର ସଭାପତି ଚିତ୍ତରଞ୍ଜନ ଷଡ଼ଙ୍ଗୀ,ସମ୍ପାଦକ କିଶୋର କୁମାର ଦାସଙ୍କ ସମେତ ଆଇନଜୀବୀ ପିତାମ୍ବର ଜେନା, ବିନୟ କୁମାର ପ୍ରଧାନ, ଦିଗମ୍ବର ସ, କରୁଣାକର ସ୍ୱାଇଁ, ଅମିୟ କୁମାର ନାୟକ, ଶୁଭେନ୍ଦ୍ର ବିଶ୍ୱାଳ, ବିଘ୍ନେଶ୍ୱର ବାରିକ, ଚିରଞ୍ଜିବୀ ପାଣିଗ୍ରାହୀ, ନିବେଦିତା ଜେନା, ରାଜଲକ୍ଷ୍ମୀ ପଟ୍ଟନାୟକ, ଜୟନ୍ତ ସ ପ୍ରମୁଖଙ୍କ ସହିତ ମହୁରିର ସଂଘର ସମ୍ପାଦକ ଗୌରହରି ନାୟକଙ୍କ ସମେତ ଅନେକ ମହୁରିର, କୋର୍ଟର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ସାମିଲହୋଇ ରକ୍ତଦାନ ଶିବିରକୁ ସଫଳ କରିଥିଲେ।



Post a Comment