Header ADS

ନୀଳଗିରି ସଂସ୍କୃତ ମହାବିଦ୍ୟାଳୟର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ନୀଳଗିରି ସଂସ୍କୃତ ମହାବିଦ୍ୟାଳୟର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 


ନୀଳଗିରି, ୨୩/୨(ଓଡ଼ିଶା ଆଦର୍ଶ):ଆଜି ଦିବା ୧୧ଘଟିକା ସମୟରେ ନୀଳଗିରି ସଂସ୍କୃତ ମହାବିଦ୍ୟାଳୟର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଏନ୍. ଏ. ସି. ର କାର୍ଯ୍ୟ ନିର୍ବାହୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ବାଲେଶ୍ଵର ଶ୍ରୀରାମ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ଦାଶ ଏବଂ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ବିଶ୍ଵାଳ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ସନ୍ଧି ବିଗ୍ରହ ଅତିଥି ପରିଚୟ,ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସଙ୍ଗେ ସଙ୍ଗେ ମଞ୍ଚ ପରିଚାଳନା କରିଥିଲେ।ପ୍ରାରମ୍ଭରେ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ଗଣ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ଧୂପ ଦୀପ ପୁଷ୍ପାଞ୍ଜଳି ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ବାର୍ଷିକ ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ପୌରହିତ୍ୟ କରି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ଗଣ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା କେବଳ ଜ୍ଞାନ ଆହରଣ କରିବା କିମ୍ବା ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଅର୍ଜନ କରିବା ନୁହେଁ ସଂସ୍କାର , ନୈତିକ ମୂଲ୍ୟବୋଧ ,ଦୃଢ ଆତ୍ମ ବିଶ୍ବାସ ସହିତ ଜଡିତ।ଅତ୍ୟନ୍ତ ଦୃଢ ସଂକଳ୍ପ ପୂର୍ବକ ଅଦମ୍ୟ ଅଭିଳାଷ ପୂର୍ଣ୍ଣ ପ୍ରୟାସ ଜାରି ଦ୍ଵାରା ସଫଳତା ହାସଲ ହୁଏ ବୋଲି ମତ ପ୍ରକାଶ କରିଥିଲେ।ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଗଣଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post
Header ADS