Header ADS

ଗୋଡ଼ରେ ଚଢିଗଲା ଡମ୍ପର, ହେଲପର ଗୁରୁତର ହେବା ସହ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ।

 ଗୋଡ଼ରେ ଚଢିଗଲା ଡମ୍ପର, ହେଲପର ଗୁରୁତର ହେବା ସହ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ।


ନୀଳଗିରି,୨୩/୨(ଓଡ଼ିଶା ଆଦର୍ଶ):ବିଲରେ ମାଟି ପକାଇ ଡମ୍ପର ଟି ପଛାଉଥିବା ସମୟରେ ଅସାବଧାନତା କାରଣରୁ ଉକ୍ତ ଡମ୍ପର ପଛରେ ଛିଡ଼ା ହୋଇଥିବା ହେଲପର ଛିଡ଼ା ହୋଇଥିବା ବେଳେ ତାଙ୍କ ବାମ ଗୋଡ଼ ଉପରେ ପଛଚକା ଚଢି ଯିବାରୁ ତାଙ୍କ ଗୋଡ଼ ଭାଙ୍ଗି ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ୧୯ ନଂ ରାଜ୍ୟରାଜପଥ ର ରାସ୍ତାପାଖ ଭିମିଜ ସାହି ନିକଟରେ। ସୂଚନାଯୋଗ୍ୟ ନୀଳଗିରି ଥାନା ଅଧିନ ଏନଏସି ୨ ନମ୍ବର ୱାଡ଼ ର ଭିମିଜ ସାହି ନିକଟ ରବିବାର ସନ୍ଧ୍ୟା ପ୍ରାୟ ୬ଟା ସମୟ ରେ ଡମ୍ପର ଦ୍ଵାରା ମାଟି ପଡୁ ଥିଲା। ଉକ୍ତ ସ୍ଥାନରେ ମାଟି ପଡୁଥିବା ବେଳେ ଜଡ଼ିଡା ପଞ୍ଚାୟତ ଡେଙ୍ଗାସାହି ଗ୍ରାମର ସ୍ବର୍ଗତ ଶଙ୍କରା ସିଂଙ୍କ ପୁଅ ରବିନ୍ଦ୍ର ସିଂ (୩୫) ଜଣେ ଡମ୍ପର ହେଲପର ହୋଇ ଥିବା ରୁ ଉକ୍ତ ଜାଗାରେ ଏକ ଡମ୍ପର ଦ୍ଵାରା ମାଟି ପକାଇସାରି ଅନ୍ୟ ଏକ ଡମ୍ପର ପଛରେ ଛିଡ଼ା ହୋଇଥିଲେ। ତେବେ ଅନ୍ୟ ଏକ ଡମ୍ପର ପଛଉଥିବା ସମୟରେ ଅଜଣାତ ବଶତଃ ରବୀନ୍ଦ୍ରର ବାମ ଗୋଡ଼ ଉପରେ ଚଢିଯାଇଥିଲା। ରବୀନ୍ଦ୍ର ର ଚିତ୍କାର ଶୁଣି ଗାଡିଟି ଅଟକିଥିଲା। ତୁରନ୍ତ ରବୀନ୍ଦ୍ର ଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲ କୁ ଅଣାଯାଇ ଆସୁଚିକିତ୍ସା କରାଯାଇଥିଲା। ପରେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ର ଏକ (କିମସ୍) ନାମକ ଘୋରେଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରି ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି।

Post a Comment

Previous Post Next Post
Header ADS