ଏଣିକି କ୍ଷୀର, ଜୁସ ପ୍ୟାକେଟ ଭଳି ମିଳିବ ମଦ
ତେବେ କ'ଣ ଏହି ଟେଟ୍ରା ପ୍ୟାକ ? ବିଶେଷକରି ମୋଟା ପେପର, ଆଲୁମିନିୟମ ଫଏଲ, ପଲିଥିନ ଭଳି ତିନିଟି କାଟେଗୋରିରେ ଆସୁଛି ପ୍ୟାକ । ଏହାର ଫାଇଦା ହେଉଛି, ସହଜରେ ବ୍ରେକେଜ ହେବ ନାହିଁ। ଲୋକେ ରେଡି ଟୁ ଡ୍ରିଙ୍କ ସୁବିଧା ପାଇବେ, ଏଥିସହ ହାଲୁକା ବି ହେବ।ମହାରାଷ୍ଟ୍ର, କର୍ଣାଟକ ପରେ ଓଡ଼ିଶାଏହି ପଦକ୍ଷେପ ନେବାକୁ ଯାଉଛି। ତେବେ ମଦ ବ୍ୟବସାୟୀଙ୍କ କହିବା କଥା ଟେଟ୍ରା ପ୍ୟାକ୍ ସହଜରେ ନଷ୍ଟ ହେଉ ନଥୁବାରୁ ଏହା ସେତେଟା ପରିବେଶ ଅନୁକୂଳ ହେବନି, ଏହାଦ୍ଵାରା ପ୍ରଦୂଷଣ ବଢ଼ିବ। କିନ୍ତୁ ବଟଲିଂ ତୁଳନାରେ ଟେଟ୍ରା ପ୍ୟାକରେ ପ୍ୟାକେଜିଂ ଖର୍ଚ୍ଚ କମ୍ ରହିବ। ତେଣୁ ଏ ଫାଇଦା ସିଧା ଗ୍ରାହକଙ୍କ ପାଖକୁ ଯିବ ନା ସରକାରଙ୍କ ତହବିଲକୁ ଯିବ ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ନୂଆ ଅବକାରୀ ନୀତିରେ ସରକାର ଟେଟ୍ରା ପ୍ୟାକରେ ମଦବିକ୍ରିକୁ ନେଇ କି ସ୍ପଷ୍ଟତା ଆଣୁଛନ୍ତି ଏବେ ତା ଉପରେ ନଜର। ଅନ୍ୟପକ୍ଷରେ ରାଜ୍ୟରେ ପ୍ରତିବର୍ଷ କ୍ରମାଗତ ଭାବରେ ମଦ ବିକ୍ରି ବଢ଼ି ଚାଲିଛି। ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜ୍ୟବାସୀ। ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିଲା। ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଛି । ଯାହା ରାଜ୍ୟ ରାଜସ୍ଵକୁ ବଢ଼ାଇଛି। ଏନେଇ ଅବକାରୀ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି।



Post a Comment