Header ADS

ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ଦୁଇଟି ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ବନବିଭାଗ।

  ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ଦୁଇଟି ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ବନବିଭାଗ।


ନୀଳଗିରି, ୨୩/୨(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲା ନୀଳଗିରି ସ୍ଥିତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ଦୁଇଟି ସ୍ଥାନରେ ଲାଗିଥିଲା ନିଆଁ, ଏହି ନିଆଁ ଲାଗି ବହୁ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମିଭୂତ ହୋଇଯାଇଛି। ପବନର ବେଗ ବଢିବା ସହ ବ୍ୟାପିବାରେ ଲାଗିଥିଲା ନିଆଁ | ନିଆଁର ପ୍ରଖର ଏତେ ଜୋର ରହି ଥିଲା କି ଆଖି ପିଛୁଳାକେ ଆଗକୁ ଆଗକୁ ମାଡି ଯାଇଥିଲା ନିଆଁ। ତୃଣଭୋଜୀ ପ୍ରାଣୀମାନେ ବିଶେଷ ପ୍ରଭାବିତ ହେବା ସହ ସଂଲଗ୍ନ ଗାଁ ପ୍ରତି ବିପଦ ଆଶଙ୍କା ଦେଖାଦେଇଥିଲା। ସୂଚନାଯୋଗ୍ୟ, ସୋମବାର ଅପରାହ୍ନ ପ୍ରାୟ ୧ଟା ସମୟରେ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଅଧିନ ସଜନାଗଡ ପଞ୍ଚାୟତ ନୁଆସାହି ନିକଟ ଜଙ୍ଗଲରେ ଏବଂ ଜାମୁଡହା ପଞ୍ଚାୟତ ସାତରାଣ୍ଡ ନିକଟ ଜଙ୍ଗଲରେ ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଥିଲା। ଫଳରେ ଜଙ୍ଗଲର ପାଖରେ ଥିବା ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଲେ। ଖବର ପାଇ ନୀଳଗିରି ବନ ବିଭାଗର ବନ କର୍ମଚାରୀ ଦୁଇଟି ସ୍ଥାନରେ ପହଞ୍ଚି ବ୍ଲେୟର୍ ଦ୍ବାରା ନିଆଁ ଲିଭାଇବାରେ ସଫଳ ହୋଇନଥିଲେ। ଜଙ୍ଗଲ ହେଉଛି ସମସ୍ତଙ୍କର, ଜଙ୍ଗଲରେ ଅନେକ ପ୍ରକାର ଜୀବଜନ୍ତୁ ରହିଥାଆନ୍ତି। ନିଆଁ ଲାଗିବା ଫଳରେ ଅନେକ ଜୀବଜନ୍ତୁ ମୃତ୍ୟୁ ବରଣ କରିଥାଆନ୍ତି। ଅନେକ ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହୋଇ ଯାଇଥାଏ।

Post a Comment

Previous Post Next Post
Header ADS