Header ADS

ଡିଭାଇନ୍ ଏଜୁକେସନାଲ ଆଣ୍ଡ ଚ୍ୟାରିଟେବୁଲ୍ ଟ୍ରଷ୍ଟର ୧୬ତମ ବାର୍ଷିକଉତ୍ସବ

 ଡିଭାଇନ୍ ଏଜୁକେସନାଲ ଆଣ୍ଡ ଚ୍ୟାରିଟେବୁଲ୍ ଟ୍ରଷ୍ଟର ୧୬ତମ ବାର୍ଷିକଉତ୍ସବ



ନୀଳଗିରି,୭/୨(ଓଡ଼ଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ନୀଳଗିରିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଭାଇନ୍ ଏଜୁକେସନାଲ୍ ଆଣ୍ଡ ଚେରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଡିଭାଇନ୍ ଶିକ୍ଷାନୁଷ୍ଠାନର ୧୬ତମ ବାର୍ଷିକଉତ୍ସବ ନୀଳଗିରି କେ.ସି. ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କୁ ପାରମ୍ପାରିକ ଆଦିବାସୀନୃତ୍ୟର ତାଳେ ତାଳେ ଓ ବେଦମନ୍ତ୍ର ଗାନକରି ସ୍ୱାଗତ କରାଯାଇ ମଞ୍ଚ ନିକଟକୁ ପାଛୋଟି ନିଆଯାଇଥିଲା ।ମଞ୍ଚରେ ମୁଖ୍ୟଅତିଥି ଏବଂ ଅନ୍ୟାନ୍ୟ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛଦେଇ ସ୍ୱାଗତ ସମ୍ଵର୍ଦ୍ଧନା କରାଯାଇଥିଲା । ଅତିଥିମାନେ ପ୍ରଥମେ ଜଗନ୍ନାଥ ଏବଂ ସାଇବାବାଙ୍କ ପଟ୍ଟଚିତ୍ରରେ ପୁଷ୍ପ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ବଳନ କରିବାସହିତ ଅନୁଷ୍ଠାନର ଛାତ୍ରୀମାନେ ସ୍ୱାଗତସଂଗୀତ ଗାନକରିଥିଲେ । ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅନୁଷ୍ଠାନର ଛାତ୍ରୀ ମଧୁସ୍ମିତା ବଳ ଏବଂ ବିଦ୍ୟାମତି ରାଉତ ଅତିଥିପରିଚୟ ପ୍ରଦାନ କରିଥିଲେ।ଶୁଭଲକ୍ଷ୍ମୀ ବିଶ୍ୱାଳ ବାର୍ଷିକବିବରଣୀ ପାଠ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଭାବେ ନୀଳଗିରିର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ,ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ବିନୋଦବିହାରି ପଣ୍ଡା,ବିଶିଷ୍ଟଅତିଥି ଭାବେ ନୀଳଗିରି ତହସିଲଦାର ସନୋମ୍ ଦାସ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ଆଚାର୍ଯ୍ୟ ଯୋଗଦେଇ ନିଜ ନିଜର ଅମୃତମୟ ବାଣୀରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ମୋହିତ କରିଦେଇଥିଲେ । ଡିଭାଇନ୍ ଶିକ୍ଷାନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ସଭାରେ ଅଧ୍ୟକ୍ଷତା ଓ ସଭାପତିତ୍ୱ କରିଥିଲେ । ଡିଭାଇନ୍ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତଥିବା ଅତିଥି ଉଜ୍ଜ୍‌ଳ ଭବିଷ୍ୟତ ଗଢିବା ଦିଗରେ ବହୁମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅପରାହ୍ନ ରେ ଡିଭାଇନ୍ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପରେ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରୀଛାତ୍ରମାନଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ତେବେ ଡିଭାଇନ୍ ଶିକ୍ଷାନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ଏହି ଶିକ୍ଷାନୁଷ୍ଠାନରେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିବାବେଳେ ଆଗକୁ ଏହି ଭଳି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢନ୍ତୁ ବୋଲି ମଞ୍ଚାସୀନ ଅତିଥିମାନେ ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡିଭାଇନ୍ ଶିକ୍ଷାନୁଷ୍ଠାନର ଏହି ୧୬ତମ ବାର୍ଷିକ ଉତ୍ସବରେ, ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ , ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ୯ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଲାପଟପ୍ ପ୍ରଦାନ କରାଯାଇଥିଲା ବେଳେ ଫକୀର ମୋହନ ମହାବିଦ୍ୟାଲୟରୁ ଅଧିକ ନମ୍ବରରଖି ଉତୀର୍ଣ୍ଣହୋଇ ରାଷ୍ଟ୍ରପତିଙ୍କ ଠାରୁ ସ୍ୱର୍ଣ୍ଣପଦକ ପାଇଥିବା ଦୁଇଜଣ ମେଧାବୀ ଶିକ୍ଷାର୍ଥି ଅବିନାଶ ବେହେରା ଏବଂ ଲିଜାଶ୍ରୀ ଷଡ଼ଙ୍ଗୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ରତ୍ନାକର ଟାଉନହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିନୋଦ ବିହାରୀ ପଣ୍ଡା ମହୋଦୟଙ୍କୁ ସର୍ବଶ୍ରେଷ୍ଠ ଗୁରୁ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବରହମପୁର ଡିଗ୍ରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶ୍ରୀକାନ୍ତ ଆଚାର୍ଯ୍ୟଙ୍କୁ ତାଙ୍କର ବିଶେଷ ପ୍ରତିଭାପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶିକ୍ଷାନୁଷ୍ଠାନର ଛାତ୍ର ଜଗନ୍ନାଥ ସିଂ ମାତ୍ର ୨୪ବର୍ଷ ବୟସରେ ସରକାରୀ ଅଧ୍ୟାପକ ଚାକିରି କରିଥିବାରୁ ଅନୁଷ୍ଠାନ ତରଫରୁ ଶିକ୍ଷାସମ୍ମାନରେ ସମ୍ମାନୀତ କରାଯାଇଥିଲା ।ଏଥିସହ ଦିତ୍ତୀକୃଷ୍ଣ ମହାରଣାଙ୍କୁ ଶିକ୍ଷାସୌରଭ ସମ୍ମାନ, ଝାନ୍ସି ବେହେରାଙ୍କୁ କ୍ରୀଡାସମ୍ମାନରେ ସମ୍ମାନିତ କରାଯାଇଥିଲା । ଏତଦବ୍ୟତୀତ ମହାବିଦ୍ୟାଳୟ ଟପର୍ ଏବଂ ଉପଖଣ୍ଡ ସ୍ତରୀୟ ଟପରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।୨୦୨୫ମସିହା ଦଶମଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ମଧୁସ୍ମିତା ନାୟକ ୫୫୭ନମ୍ବର ରଖି ଉତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଡିଭାଇନ୍ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ତଥା ଡିଭାଇନ୍ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣକରି ବାର୍ଷିକ ଉତ୍ସବକୁ ସମାପ୍ତି କରିଥିଲେ।

Post a Comment

Previous Post Next Post
Header ADS