ଅନ୍ନଦା ପ୍ରସାଦ ଉ:ପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ନୀଳଗିରି,୭/୨(ଓଡ଼ଶା ଆଦର୍ଶ):ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧିନ ମୂଳକୁଡାଇ ଗ୍ରାମର ଅନ୍ନଦା ପ୍ରସାଦ ଉ:ପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ।ଦିବାକର ମଳିକ ସଭାପତିତ୍ୱ କରିଥିବା ବେଳେ ମିନତି ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ବିଦ୍ୟାଳୟ ର ଛାତ୍ରୀ ଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। କୁନିମଣୀ ସେଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ମୁଖ୍ୟ ବକ୍ତା ଭାବେ ସିଆରସିସି ପ୍ରଭଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମାକାନ୍ତ ଶିଅଳ,ଗଣେଶ ପ୍ରସାଦ ପତି, ଅପୂର୍ବ ପଟ୍ଟନାୟକ ମଞ୍ଚାସୀନ ଥାଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଜୟରାମ ଧାଉଁରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୁଜିତ କୁମାର ଦାସ, ସୁରେଶ କୁମାର ରାଉଳ ପ୍ରମୁଖ ବିଦ୍ୟାଳୟର ଶିକ୍ଷକ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ, ନାଟ୍ୟକାର ଜୟରାମ ଧୂଆଁରିଆ ଙ୍କ ଲିଖିତ ଏକ ସଂସ୍କାର ଭିତ୍ତିକ ନୂଆ ନାଟକ "କାହାଣୀ ଲେଖୁଛି ନୂଆ ସକାଳ " ପରିବେଷଣ କରାଯାଇଥିଲା।



Post a Comment