ବନାଗ୍ନି ରୋକିବା ସମ୍ପର୍କିତ ସଚ଼େତନତା ବାର୍ତ୍ତା ଦେଉଛନ୍ତି ନୀଳଗିରି ର ଯୁବ ପରିବେଶବିତ୍ କମଳ
ନୀଳଗିରି,୭/୨(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଚ଼ରଣାପାଳ ଗ୍ରାମରେ ନୀଳଗିରି ର ଯୁବ ପରିବେଶବିତ୍ କମଳଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବନାଗ୍ନି ନିରାକରଣ ସଚ଼େତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖରାଦିନେ ଜଙ୍ଗଲକୁ କିପରି ରକ୍ଷା କରାଯାଇପାରିବ ଏ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲରେ ନିଆଁ ନଲଗାଇବା ଓ ଜଙ୍ଗଲକୁ ସୁରକ୍ଷା ଦେବା ପ୍ରଭୃତି ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ବିଶେଷକରି ଜଙ୍ଗଲ ପାଦଦେଶ ଅଞ୍ଚଳର ଲୋକମାନେ ମହୁଲ ଫୁଲ ଓ ଶାଳ ମଞ୍ଜି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଦିଅନ୍ତି ତେଣୁ ସଚେତନତା ସୃଷ୍ଟି କରାଯାଇ ବନାଗ୍ନିକୁ ରୋକିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ସଂଗ୍ରାମ ସ୍ବାଇଁ, ଅଜୟ ସିଂ, ରାଜେନ୍ଦ୍ର ସିଂ, ଦିଲ୍ଲିପ ସିଂ, ପାର୍ବତୀ ସିଂ, ମିଲି ସିଂ, ମାମା ସିଂ ପ୍ରମୁଖ ସହଯୋଗ କରିଥିଲେ ।



Post a Comment