Header ADS

୩୧ଜାନୁଆରୀରେ ମେଗା ରକ୍ତଦାନ ଶିବିର।

 ୩୧ଜାନୁଆରୀରେ ମେଗା ରକ୍ତଦାନ ଶିବିର।


ନୀଳଗିରି,୨୧/୧(ଓଡ଼ିଶା ଆଦର୍ଶ):ଦିନକୁଦିନ ବାଲେଶ୍ୱର ସମେତ ନୀଳଗିରି ଅଞ୍ଚଳରେ ରକ୍ତର ଅଭାବ ଦେଖାଦେଇଥିବାରୁ ସରକାରୀ ଏବଂ ବେସରକାରୀ ସ୍ତରରେ ସଚେତନତା ଅଭିଯାନ ସୃଷ୍ଟି କରାଯାଇ ରକ୍ତସଂଗ୍ରହ କରାଯାଉଛି। ଏଭଳି ସାମାଜିକ ସେବାମୂଳକ କାର୍ଯ୍ୟକୁ ହାତକୁ ନେଇଛି ନୀଳଗିରିର ଉଭୟ ଓକିଲସଂଘ ଏବଂ ମୋହରିର ସଂଘ। ଏହି ଉପଲକ୍ଷେ ଆଗାମୀ ଜାନୁଆରୀ ୩୧ତାରିଖ ଏକମେଗା ରକ୍ତଦାନ ଶିବିର ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ଦିବସ ପୂର୍ବାହ୍ନ ୯ଘଟିକା ସମୟରେ ଅଦାଲତ ପରିସରରେ ଏହି ମେଗା ରକ୍ତଦାନଶିବିର ଆୟୋଜିତ ହେବବୋଲି ଆଜି ଅପରାହ୍ନ ୩.୩୦ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୀଳଗିରି ଉପଖଣ୍ଡ ଓକିଲସଂଘର ସଭାପତି ଚିତ୍ତରଞ୍ଜନ ଷଡ଼ଙ୍ଗୀ, ସମ୍ପାଦକ କିଶୋର ଦାସ ନୀଳଗିରି ଓକିଲସଂଘର ସଭାପତି ଅମରେନ୍ଦ୍ର ପଟ୍ଟନାୟକ ,ସମ୍ପାଦକ ଦେବେନ୍ଦ୍ର ପଣ୍ଡାଙ୍କ ସମେତ ମୋହରୀର ସଂଘର କାର୍ଯ୍ୟକର୍ତ୍ତା ଏବଂ ଉଭୟ ଓକିଲସଂଘର ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS