Header ADS

୧୬ ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ଶପଥ ପାଠ

 ୧୬ ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ଶପଥ ପାଠ

 


ନୀଳଗିରି,୨୨/୦୧(ଓଡ଼ିଶା ଆଦର୍ଶ): ଚଳିତ ମାସ ୨୫ ତାରିଖ ୧୬ ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ଅଦ୍ୟ ଦିବା ୧୧ଘଟିକା ସମୟରେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ସଂକଳ୍ପ ବା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଶପଥ ପାଠ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ରଥ କରାଇଥିଲେ।ଏହି ମତଦାତା ସଂକଳ୍ପ ବା ଶପଥ ପାଠ କାର୍ଯ୍ୟକ୍ରମରେ ଭାରତର ନାଗରିକ ବୃନ୍ଦ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଅସ୍ଥା ରଖି, ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ରଖିବା ସଙ୍ଗେ ସଙ୍ଗେ ମୁକ୍ତ,ଅବାଧ ଓ ଶାନ୍ତି ପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭୀକ ହୋଇ ଜାତି,ଧର୍ମ, ବର୍ଣ୍ଣ ,ଗୋଷ୍ଠୀ ,ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକର ପ୍ରୟୋଗ କୁ ସୁନିଶ୍ଚିତ କରିବା।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର ଶ୍ରୀଯୁକ୍ତ ଦେବୀ ଦତ୍ତ ପ୍ରୀତି ରଞ୍ଜନ ବେହେରା, ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ରଞ୍ଜନ ସେନାପତି,ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ,ଅନୁ ବିଭାଗୀୟ ଅଧିକାରୀ ଶ୍ରୀମତୀ କୌଶଲ୍ୟା ବେହେରା, ଏସ. ଆର. ଏ ସୁଶ୍ରୀ ଗୀତା ରାଣୀ ସିଂ ସମେତ ସମସ୍ତ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ।ସେହି ପରି ଅନୁରୂପ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀଙ୍କ ଉପସ୍ଥିତି ରେ ୧୬ ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ସଂକଳ୍ପ ବା ଶପଥ ପାଠ କରାଇଥିଲେ। ନୀଳଗିରି ପଞ୍ଚାୟତ ସମିତି ର ବଡ଼ ବାବୁ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ରାୟ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ବିଶ୍ଵାଳ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Post a Comment

Previous Post Next Post
Header ADS