ନୀଳଗିରିର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ମା' ବାଗ୍ ଦେବୀଙ୍କ ପୂଜା ପାଳିତ।
ନୀଳଗିରି,୨୩/୧(ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡ ର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କ୍ଲବ ମାନଙ୍କରେ ମା' ବାଗ୍ ଦେବୀଙ୍କ ପୂଜା ମହା ଆଡ୍ମ୍ବର ସହକାରେ ପାଳିତ ହୋଇଯାଇଛି । ରତ୍ନାକର ଟାଉନ ହାଇସ୍କୁଲ,କୈଳାସ ଚନ୍ଦ୍ର ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଡ଼ିଭାଇନ ଶିକ୍ଷାନୁଷ୍ଠାନ, ସରସ୍ଵତୀ ଶିଶୁବିଦ୍ୟାମନ୍ଦିର, ନୀଳଗିରି ମହାବିଦ୍ୟାଳୟ ମହିଳା ମହାବିଦ୍ୟାଳୟ, ସାନଅତା ଫ୍ରେଣ୍ଡସ କ୍ଲବ, ଘାଟଘରସାହି ପ୍ରଗତି କ୍ଲବ,କଦମସାହି ବ୍ଲୁ ଷ୍ଟାର କ୍ଲବ,ବରିସାହି ୟଙ୍ଗ ଷ୍ଟାର କ୍ଲବ, ବାଉଁଶନାଳ ଗ୍ରାମର ବାଗଦେବି କ୍ଲବ୍,ସଜନାଗଡ଼ ରେ ମା' ଭୁଦାରଚଣ୍ଡୀ ଉଚ୍ଚ ବିଦ୍ୟାଳୟ, ଅଯୋଧ୍ୟା ପି. ଏମ୍.ହାଇସ୍କୁଲ, ବରହମପୁର ଦୀନବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ,ସନ୍ତରାଗଡ଼ିଆ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଓ ସନ୍ତରାଗଡିଆ ବାବା ପଞ୍ଚଲିଙ୍ଗେଶ୍ୱର କଲେଜ, ଇଶ୍ଵରପୁର ହାଇସ୍କୁଲ, ଗଙ୍ଗାଧର ପ୍ରସାଦ ଉଚ୍ଚ ବିଦ୍ୟାଳୟ, ମିତ୍ରପୁର ଚାଚାଜୀ ହାଇସ୍କୁଲ,ମିତ୍ରପୁର ନୋଡାଲ ହାଇସ୍କୁଲ , ନୀଳଗିରି ସଂସ୍କୃତ ମହାବିଦ୍ୟାଳୟ, ମିତ୍ରପୁର ସୂର୍ଣ୍ଣଚୂଡ ମହାବିଦ୍ୟାଳୟ, ଅଯୋଧ୍ୟା ଅଞ୍ଚଳିକ ମହାବିଦ୍ୟାଳୟ, ବରହମପୁର ଯୁକ୍ତ ଦୁଇ ଓ ଡିଗ୍ରୀ ମହାବିଦ୍ୟାଳୟ,ସନ୍ତରାଗଡ଼ିଆ ମହାବିଦ୍ୟାଳୟ, ବିଭିନ୍ନ କ୍ଲବ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମା' ବାଗ୍ ଦେବୀ ଙ୍କର ପୂଜା ପାଳିତ ହୋଇଯାଇଛି। ବିଶେଷ କରି ଶିକ୍ଷାନୁଷ୍ଠାନର ଅଧ୍ୟୟନରତ ଛାତ୍ର ଛାତ୍ରୀ ରଙ୍ଗ ବେରଙ୍ଗ ବସ୍ତ୍ର ପରିଧାନ କରି ହାତରେ ଧୂପ, ଦୀପ, ଚନ୍ଦନ, ଫୁଲ, ଫଳ ନେଇ ମା ଙ୍କ ପୂଜା କରିବା ସହିତ ମାଙ୍କ ପାଇଁ ଉପବାସ କରିଥିବାର ଦେଖିବାକୁ ମିଳିଛି। କ୍ଲବ ଗୁଡ଼ିକରେ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକ ସଜା ସହିତ ତୋରଣ ବେଶ ଚିତା କର୍ଷକ ହୋଇଥିଲା। ଭଜନ, କୀର୍ତ୍ତନ, ପ୍ରସାଦ ସେବନ ହେଉଥିବାର ଦେଖିବାକୁ ମିଳିଛି।



Post a Comment