ବାଇଗଡିଆରେ ପରିମଳବ୍ୟବସ୍ଥା ବିପର୍ଯ୍ୟସ୍ତ।ବାହାରେ ଶୌଚ ଯାଉଛନ୍ତି ଗ୍ରାମବାସୀ।
ନୀଳଗିରି,୨୧/୧(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଦକ୍ଷିଣନରସିଂହପୁର ପଞ୍ଚାୟତ ବାଇଗଡିଆ ଗ୍ରାମରେ ପରିମଳବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚଷାଖଣ୍ଡ ରାଜସ୍ବଗ୍ରାମରେ ଆସୁଥିବା ଏହି ଗ୍ରାମରେ ୭୦ଟି ପରିବାରର ପ୍ରାୟ୩୫୦ରୁ ଉର୍ଦ୍ଧ୍ବଲୋକ ବସବାସ କରୁଥିବା ବେଳେ ସରକାରଙ୍କ ସ୍ୱଚ୍ଛଭାରତ ମିଶନ ଏଠାରେ ଫେଲ ମାରିଛି। ଗାଁ ରେ ପାଇଖାନା ନଥିବାରୁ ମହିଳାମାନେ ଲାଜସରମକୁ ଭୁଲି ବାହାରେ ଝାଡ଼ା ଯିବାକୁ ବାଧ୍ୟ ହେଉଛନ୍ତି। ନା ସରକାରଙ୍କ ନଜର ଅଛି ନା ଲୋକପ୍ରତିନିଧି ମାନଙ୍କର ଆଗ୍ରହ ଅଛି। ଲୋକମାନେ ଅସ୍ୱାସ୍ଥ୍ୟକର ପରିବେଶରେ ଶୌଚ ଯାଉଥିବାରୁ ମହାମାରୀ ଭଳି ରୋଗ ବ୍ୟାପିବାର ଆଶଂକା ରହିଛି। ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ହେଁ କୌଣସି ପ୍ରତିକାର ହୋଇନାହିଁ। ଦୀର୍ଘ ଦୁଇବର୍ଷ ଧରି ନୀଳଗିରିର ପୂର୍ବତନ ବିଧାୟକ ଇଂସୁକାନ୍ତ କୁମାର ନାୟକ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ (ପିଡି ଡି ଆର ଡି ଏ)ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳ ଶୂନ ବୋଲି ଅଭିଯୋଗ କରିଛନ୍ତି। ତେବେ ଏନେଇ ଶ୍ରୀଯୁକ୍ତ ନାୟକ ଏହି ଆଦିବାସୀ ବହୁଳ ଗ୍ରାମରେ ତୁରନ୍ତ ପରିମଳବ୍ୟବସ୍ଥାର ସୁଧାର ସହିତ ପାଇଖାନା ନିର୍ମାଣକୁ ଅଗ୍ରାଧିକାର ଦେବାକୁ ପିଡି ଡିଆରଡିଏଙ୍କୁ ଅନୁରୋଧକରି ଚିଠିଲେଖିଥିବା ସୂଚନା ମିଳିଛି।



Post a Comment