ଚୁଲି ନିଆଁ ଲାଗି ମହିଳା ଗୁରୁତର
ନୀଳଗିରି,୨୧/୦୧(ଓଡ଼ିଶା ଆଦର୍ଶ):ନୀଳଗିରି ଥାନା ଅଧୀନସ୍ଥ ଶ୍ୟାମସୁନ୍ଦରପୁର ପଞ୍ଚାୟତର କଣ୍ଠିଆଟିକର ଗ୍ରାମର ମୃତ୍ୟୁଞ୍ଜୟ ମହାକୁଡ଼ ଙ୍କ ସ୍ତ୍ରୀ ଲିଜାରାଣୀ ମହାକୁଡ଼ ଗତ ୧୯ ତାରିଖ ଦିନ ଘରେ ରୋଷେଇ କରୁଥିବା ବେଳେ ଅଜାଣତରେ ପିନ୍ଧା ଶାଢ଼ୀରେ ଚୁଲି ନିଆଁ ଲାଗିଯିବାରୁ ଲିଜାରାଣୀର ଶରୀର ୭୦ ପ୍ରତିଶତ ପୋଡି ଯାଇଥିବାର ଦେଖିବାକୁ ମିଳିଛି। ପରିବାର ଲୋକେ ସଙ୍ଗେ ସଙ୍ଗେ ବାଲେଶ୍ଵର ମେଡିକାଲ, ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସ୍ବାମୀ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଦୁଇଟି ସନ୍ତାନ ଅଛନ୍ତି। ପାଖ ପାଖି କୋଡ଼ିଏ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିବା ବେଳେ ଏତେ ଟଙ୍କା ତାଙ୍କ ପାଇଁ ସାତ ସପନ। ନିଜ ସ୍ତ୍ରୀ ର ଶରୀର ଭଲ ହେବା ପାଇଁ ସ୍ବାମୀ ସମସ୍ତଙ୍କୁ ଗୁହାରି କରୁଥିବା ବେଳେ ଯଦି କେହି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାନ୍ତି ତେବେ ତାଙ୍କ ମୋବାଇଲ ନମ୍ବର ୭୦୦୮୫୬୯୧୭୭ରେ ଯୋଗା ଯୋଗ ପାଇଁ ନିବେଦନ କରିଛନ୍ତି।



Post a Comment