Header ADS

୩୫ କେଜି ଗଞ୍ଜେଇ ଜବତ, କାର ସମେତ ଜଣେ ଗିରଫ।

 ୩୫ କେଜି ଗଞ୍ଜେଇ ଜବତ, କାର ସମେତ ଜଣେ ଗିରଫ।



ବାଲେଶ୍ୱର,୧/୧(ଓଡ଼ିଶା ଆଦର୍ଶ):ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ଅଧ୍ୟକ୍ଷ ମନୋଜ କୁମାର ସେଠୀ ଙ୍କ ନିର୍ଦେଶ କ୍ରମେ ନୂତନ ବର୍ଷ ରେ ଅଞ୍ଚଳ ନିଶା ମୁକ୍ତ କରିବା ପାଇଁ ଜିଲ୍ଲା ଅବକାରୀ ଅଧିକାରୀ ହରିହର ସିଂ ପ୍ରୟାସ ଜାରି ରଖିଥିବା ବେଳେ ଖନ୍ତାପଡ଼ା ଥାନା ଅଧୀନ ୧୬ ନଂ ଜାତୀୟ ରାଜପଥ ଶେରଗଡ଼ ଓଭର ବ୍ରିଜ ଉପରୁ ଏକ କ୍ରେଟା କାର ରୁ ଯାଞ୍ଚ ବେଳେ ୩୫ କେଜି ଓଜନ ର ଗଞ୍ଜେଇ ଜବତ ହୋଇଛି। ଫୁଲବାଣୀ ରୁ ବାଲେଶ୍ୱର ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ର ରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଜବତ କରିଥିଲେ। ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ହୋଇଥିବା ବେଳେ କାର ର ମୂଲ୍ୟ ୭ ଲକ୍ଷ ବୋଲି ଅବକାରୀ ବିଭାଗ ସୂଚନା ରୁ ଜଣା ପଡିଛି। ତେବେ ଗଞ୍ଜେଇ ଓ କାର ଜବତ କରିବା ସହ ଗିରଫ ହୋଇଥିବା ଯୁବକ ଙ୍କୁ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିବା ପ୍ରାପ୍ତ ସୂଚନା ରୁ ଜଣା ପଡିଛି।


Post a Comment

Previous Post Next Post
Header ADS