ନୀଳଗିରିରେ କୁମ୍ଭୀର ଆତଙ୍କ,
କୁମ୍ଭୀର ଆକ୍ରମଣରେ ଲାଗିଲା ଇଟାଭାଟି ଶ୍ରମିକ ଗୋଡରେ ଆଘାତ।
ନୀଳଗିରି,୧/୧(ମିଏସ):ନୀଳଗିରିରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିବା ବେଳେ ଜୈନିକ ଅଣଓଡ଼ିଆ ଇଟାଭାଟି ଶ୍ରମିକ ଆକ୍ରମଣର ଶିକାର ହୋଇଥିବା ବେଳେ ଏବେ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ନୀଳଗିରି ମିରିଗିଣି ନିକଟସ୍ଥ ଲକ୍ଷ୍ମୀ ଇଟାଭାଟିରେ ଝାଡ଼ଖଣ୍ଡ ରାଜ୍ୟର ବସନ୍ତରାୟ ଅଞ୍ଚଳର ପଞ୍ଚୁ ମାଝୀର ପୁଅ ମୁନା ମାଝୀ ଉକ୍ତ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ସକାଳେ ପ୍ରାୟ ଆଠଟା ସମୟରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ଏକ କୁମ୍ଭୀର ସଦୃଶ ଜଳଜନ୍ତୁ ମୁନା ମାଝୀର ଡାହାଣ ଗୋଡର ପାଦର ଉଭୟପାର୍ଶ୍ଵ କାମୁଡି ଗୁରୁତର କରିପକାଇଥିଲା। ପରେ ଗୁରୁତର ଅବସ୍ଥାରେ ଭାଟିର ଅନ୍ୟଶ୍ରମିକମାନେ ନୀଳଗିରି ମେଡ଼ିକାଲକୁ ଆଣିଥିଲେ। ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଅଛନ୍ତି। ଖବରପାଇ ନୀଳଗିରି ରେଞ୍ଜଅଧିକାରୀ ମନୱାର ଖାଁ ମେଡିକାଲରେ ପହଞ୍ଚି ମୁନା ମାଝୀଙ୍କ ସହ ଘଟଣାବାବଦରେ ପଚାରି ବୁଝିଥିବା ବେଳେ ବିଭିନ୍ନ ଜଳଜନ୍ତୁଙ୍କର ଫୋଟୋ ମୋବାଇଲରେ ଦେଖାଇଥିଲେ। ପରେ ଡାକ୍ତରଙ୍କ ସହ ଘଟଣା ବାବଦରେ ପଚାରି ବୁଝିଛନ୍ତି। ପରେ ମୁନା ମାଝୀର ରକ୍ତନମୁନା ସଂଗ୍ରହକରାଯାଇ ପରୀକ୍ଷାପାଇଁ ପଠାଯାଇଛି।
ଗୁରୁତର ଅବସ୍ଥାରେ ଶ୍ରମିକ ଜଣକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଇଟାଭାଟି ମାଲିକ ଆସି ନଥିବାର ଦୁଃଖର ପ୍ରକାଶ କରିଛନ୍ତି। ତେବେ ଏନେଇ ବନବିଭାଗ ପକ୍ଷରୁ ସଂପୃକ୍ତ ଇଟାଭାଟି ମାଲିକଙ୍କୁ ପୋଖରୀରୁ ପାଣିବାହାର କରିବାପାଇଁ ନିର୍ଦ୍ଦେଶ ଦେବାସହ ଖୋଦ୍ ନୀଳଗିରି ବନଅଧିକାରୀ ମନୱର ଖାଁ ଘଟଣା ସ୍ଥଳକୁ ଯାଇ ତଦନ୍ତକରିବା ସହ ଆବଶ୍ୟକ ପଡିଲେ ପୋଖରୀରୁ ପାଣି ବାହାର କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହି ଖବର ଶୁଣିବାପରେ ଉକ୍ତ ପୋଖରୀକୁ କେହି ଶ୍ରମିକ ଯାଉନଥିବା ବେଳେ ଅଞ୍ଚଳରେ କୁମ୍ଭୀର ଆତଙ୍କ ସୃଷ୍ଟି କରିଛି।



Post a Comment