ନୁଆ ବର୍ଷରେ ବୁଲାଇବାକୁ ନନେବାରୁ ଅଷ୍ଟମଶ୍ରେଣୀ ଛାତ୍ରର ଆତ୍ମହତ୍ୟା।
ନୀଳଗିରି,୧/୨୬(ଓଡ଼ିଶା ଆଦର୍ଶ):୨୦୨୬ମସିହାର ପ୍ରଥମଦିନ ଅର୍ଥାତ୍ ଇଂରାଜୀ ନୂଆବର୍ଷରେ ସମସ୍ତେ ହସଖୁସିରେ ମସଗୁଲ ଥିବାବେଳେ ନୀଳଗିରି ବ୍ଲକ୍ ନରସିଂହପୁର ପଞ୍ଚାୟତ ପୁରୁଣାଗାଁ ର ରାମକୃଷ୍ଣ ମହାପାତ୍ରଙ୍କ ପରିବାରପାଇଁ ଏହି ଦିନଟି ଅଶୁଭଦିନ ପାଲଟିଛି। ନିଜର ମେଧାବୀ ପୁଅ ଅଙ୍କିତ ବେକରେ ଗାମୁଛାଦେଇ ଆତ୍ମହତ୍ୟା କରିଥିବାରୁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି ପରିବାର। ୧୪ବର୍ଷୀୟ ଅଙ୍କିତ ପିଲାବେଳୁ ଖୁବ୍ ମେଧାବୀ ଥିବାରୁ ଏବେ ସେ ଜାମୁଡିହା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଅଷ୍ଟମଶ୍ରେଣୀରେ ପଢୁଥିଲେ। ଛୁଟିଥିବାରୁ ନୀଳଗିରି ହାଟଛକ ନିକଟସ୍ଥ ଏକ ଭଡାଘରେ ବାପା ମାଙ୍କ ସହିତ ରହୁଥିବାବେଳେ ଆଜି (ନୂଆବର୍ଷ) ବୁଲିବାକୁ ଯିବାପାଇଁ ଜିଦ୍ ଧରିବାରୁ ମା ତାଙ୍କୁ ବାରଣ କରିଥିଲେ। ତେବେ ଅଙ୍କିତଙ୍କ ମା ଆଲିସା ମହାପାତ୍ର କୌଣସି କାରଣରୁ ବାହାରକୁ ଯାଇଥିବା ବେଳେ ଅଙ୍କିତ ଅପରାହ୍ନ ପ୍ରାୟ ୧.୪୫ସମୟରେ ଉକ୍ତ ଭଡାଘରେ ନିଜବେକରେ ଗାମୁଛାଭିଡ଼ି ଓହଳି ପଡିଥିବା ଦେଖିବାକୁ ମିଳିଛି। ତେବେ ଅଙ୍କିତଙ୍କ ମା ପୁଅକୁ ବୁଲିବାକୁ ଯିବାକୁ ବାରଣକରିବାରୁ ଆତ୍ମହତ୍ୟା କରିଥାଇପାରେ ବୋଲି କାନ୍ଦିକାନ୍ଦି ସୂଚନା ଦେଇଛନ୍ତି। ତେବେ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ମୃତଛାତ୍ରର ଶବବ୍ୟବଚ୍ଛେଦ କରିବାପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି। ଏପଟେ ଏହି ଖବର ଶୁଣିବା ପରେ ନୀଳଗିରି ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।



Post a Comment