ଦୁଷ୍କର୍ମ ଓ ହତ୍ୟା ଧମକ ଅଭିଯୁକ୍ତ
ନିର୍ଦ୍ଦୋଷରେ ଖଲାସ
ନୀଳଗିରି,୨୪/୧୨(ଓଡ଼ିଶା ଆଦର୍ଶ): ଦୁଷ୍କର୍ମ ଓ ହତ୍ୟା ଧମକ ଅଭିଯୋଗରେ ନୀଳଗିରି ଥାନା ଅଧୀନ ଜାମୁଡ଼ିହା ଗ୍ରାମର ସୀଙ୍ଘୁ ମାଝୀଙ୍କ ପୁଅ ରଥ ମାଝୀଙ୍କୁ ନୀଳଗିରି ଅତିରିକ୍ତ ଦୌରାଜଜ୍ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୨୪ ମସିହାରେ ନୀଳଗିରି ଥାନା ଅଧୀନ ମାନଗଡ ଗ୍ରାମର ଜୈନିକ ମହିଳା ଅଭିଯୁକ୍ତ ରଥ ମାଝିଙ୍କ ନାମରେ ନୀଳଗିରି ଥାନାରେ ୫୮/୨୪ ରେ ଏକ ଦୁଷ୍କର୍ମ ଓ ହତ୍ୟା ଧମକ ମାମଲା ରୁଜ୍ଜୁ କରିଥିଲେ।ପରବର୍ତ୍ତୀ ସମୟରେ ରଥଙ୍କୁ ନୀଳଗିରି ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିଲେ। ୯୭/୨୦୨୫ରେ ଏକ ସେସନ ଟ୍ରାଏଲ କେସ ରୁଜ୍ଜୁ ହୋଇ ନୀଳଗିରିର ଅତିରିକ୍ତ ଦୌରା ଜଜ୍ ଶ୍ରୋତଶ୍ବିନୀ କରଙ୍କ ଅଧୀନରେ ଉକ୍ତ ମାମଲାଟି ବିଚାରଧୀନ ରହିଥିଲା। ଉକ୍ତ ମାମଲାରେ ସାକ୍ଷୀ ଓ ୧୦ଗୋଟି ପ୍ରମାଣକୁ ଆଧାର କରି ନୀଳଗିରି ଅତିରିକ୍ତ ଦୌରା ଜଜ୍ ୨୨/୧୨/୨୦୨୫ରିଖରେ ଅଭିଯୁକ୍ତ ରଥ ମାଝୀକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଉକ୍ତ ମାମଲାଟି ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ନିହାର ରଞ୍ଜନ ପରିଡ଼ା ପରିଚାଳନା କରୁଥିଲେ।



Post a Comment