Header ADS

ଡ. ବଂଶୀଧର ଚୌଧୁରୀ ଓ ଯଚୀନ୍ଦ୍ର ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

 ଡ. ବଂଶୀଧର ଚୌଧୁରୀ ଓ ଯଚୀନ୍ଦ୍ର ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ



ନୀଳଗିରି,୨୩/୧୨(ଓଡ଼ିଶା ଆଦର୍ଶ):ବାଲିଗୋହିରୀ ସ୍ଥିତ ରତ୍ନାକର ଟାଉନ ଉଚ୍ଚ ବିଦ୍ୟାଳୟରେ ସାଧନା ସମନ୍ଵୟ ସମିତି ଓ ବେଦ ଗୀତା ଯୋଗ ଅନୁଷ୍ଠାନର ମିଳିତ ସହଯୋଗରେ ଆଦର୍ଶ ଶିକ୍ଷାବିତ୍ ବିନୋଦବିହାରୀ ପଣ୍ଡାଙ୍କ ସଭାପତିତ୍ବରେ ସ୍ବର୍ଗତ କବି ଶିକ୍ଷାବିତ ଡ଼ଃ. ବଂଶୀଧର ଚୌଧୁରୀ ଓ ବ୍ୟାସକବି ସାହିତ୍ୟ ସଂସଦର ସମ୍ପାଦକ ଯଚୀନ୍ଦ୍ର ସ୍ବାଇଁଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଚେତନା ସାହିତ୍ୟ ସଂସଦର ସମ୍ପାଦକ ସାହିତ୍ୟିକ ଶରତ ଚନ୍ଦ୍ର ମହାପାତ୍ର, ନିଳପ୍ରଭା ସାହିତ୍ୟ ପରିଷଦର ସମ୍ପାଦକ ଗଙ୍ଗାଧର ଦାସ, ସାଧନା ସାରସ୍ବତ ସମନ୍ଵୟ ସମିତିର ସମ୍ପାଦିକା କଵୀ ସୁଭାଷିନୀ ଜୀ, ସ୍ଵର୍ଣ୍ଣଚୂଡ ସାହିତ୍ୟ ପରିବାରର ସମ୍ପାଦକ ଡ. ପ୍ରଦୀପ୍ତ କୁମାର ମିଶ୍ର,ବରିଷ୍ଠ ସାମ୍ବାଦିକ ରବି ରାଉତ, ଅବସରପ୍ରାପ୍ତ ଅନୁଷ୍ଠାନର ସମ୍ପାଦକ ମାୟାଧର ମହାନ୍ତି, ଶିକ୍ଷାବିତ୍ ସୋମନାଥ ନାୟକ , ଶିବସୁନ୍ଦର ସାହୁ, ପ୍ରଭାକର ସାହୁ, ପ୍ରଭାକର ମହାନ୍ତି, ସାରସ୍ବତପ୍ରେମୀ ଶରତ ଚନ୍ଦ୍ର ମହାପାତ୍ର, ନେତ୍ରାନନ୍ଦ ବିଶ୍ଵାଳ, ହରପ୍ରିୟା ମହାପାତ୍ର, ଚିତ୍ତରଞ୍ଜନ ପତି, ବରିଷ୍ଠ ସାମ୍ୱାଦିକ ବିଭୂତିଭୂଷଣ ବେହେରା, ସମରେନ୍ଦ୍ର ବାରିକ , ଶିକ୍ଷାବିତ୍ ହେମନ୍ତ କୁମାର ବେହେରା, ଯୋଗେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତରହି ଉଭୟଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ସ୍ମୃତି ଚାରଣ କରିଥିଲେ । ଯଚିନ୍ଦ୍ର ସ୍ବାଇଁଙ୍କ ପରିବାରରୁ ଅନ୍ନପୂର୍ଣ୍ଣା ସ୍ୱାଇଁ ଓ ସେବତୀ ସ୍ୱାଇଁ ଯୋଗଦାନ କରିଥିଲେ । ଏତଦବ୍ୟତୀତ ବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ ଉପସ୍ଥିତ ଥିଲେ । ସଭାର ଅନ୍ତିମ ପର୍ଯ୍ୟାୟରେ ଶିକ୍ଷାବିତ୍ ସୋମନାଥ ନାୟକଙ୍କ ପ୍ରସ୍ତାବକ୍ରମେ ବ୍ୟାସକବି ସାହିତ୍ୟ ସଂସଦର ପରବର୍ତ୍ତୀ ସମ୍ପାଦକ ଭାବରେ ଅଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଗଲା ।ଶେଷରେ ଶିକ୍ଷକ ଶିବସୁନ୍ଦର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଠାରେ ବଂଶୀପ୍ରେମୀ ଓ ଯଚୀନ୍ଦ୍ର ପ୍ରେମୀ ଅନେକ ଉପସ୍ଥିତ ଥିଲେ ।

Post a Comment

Previous Post Next Post
Header ADS