Header ADS

ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

 ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ



ନୀଳଗିରି,୩/୧୨(ମିଏସ):ସଜନାଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ,ଆନ୍ତର୍ଜାତୀୟ ବ୍ଲକ୍ ସ୍ତରୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇ ଯାଇଛି। ଏଥି ନିମନ୍ତେ ସ୍କୁଲ ପରିସରରେ ଆୟୋଜିତ ସଭା ରେ ମିହିର କୁମାର ଦାସ , ଏ ବି ଓ କମ୍ ବି ଆର୍ ସି ସି ସଭାପତିତ୍ବ କରିଥିବାବେଳେ, ମୁଖ୍ୟ ଅତିଥି ଭାବେ ସଜନାଗଡ ସରପଞ୍ଚ ପ୍ରଦୀପ କୁମାର ଖାଲ ପାଳିଆ , ମୁଖ୍ୟ ବକ୍ତା ଭାବେ ଲମ୍ବୋଦର ସିଂ, ଏବିଓ, ନୀଳଗିରି , ସମ୍ମାନିତ ଅତିଥି ଭାବେ ବିଶ୍ୱଜିତ୍ ବେହେରା,ସି ଆର୍ ସି ସି, ସଜନାଗଡ , ସୁଶାନ୍ତ କୁମାର ସିଂ ହେଡ୍ ମାଷ୍ଟର ସଜନଗଡ ପ୍ରାଥମିକ ବିଦ୍ୟାଳୟ,ବିଦ୍ୟାଧର ସେଠୀ, ହେଡ ମାଷ୍ଟର ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଙ୍କ ସମେତ ବିଶିଷ୍ଟ ଭିନ୍ନକ୍ଷମ ବ୍ୟକ୍ତିତ୍ବ ଭାବେ, ସାଗର ପଢ଼ିଆର ( ଆନ୍ତର୍ଜାତୀୟ ଶିଳ୍ପୀ) , ସମିତ୍ ରଞ୍ଜନ ମନ୍ନା ଇଞ୍ଜିନିୟର , ମଞ୍ଚାଷିନ ରହି ନିଜ ନିଜର ବକ୍ତବ୍ୟ ଉତ୍ଥାପନ କରିବା ସହିତ ଦିବ୍ୟାଙ୍ଗ ଛାତ୍ର /ଛାତ୍ରୀ ମାନେ ବିଦ୍ୟାଳୟ ମାନଙ୍କରେ ଉନ୍ନତିର ପ୍ରଥମ ସୋପାନ ବୋଲି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୀଳଗିରି ବ୍ଲକର ୨୦୯ ପ୍ରାଥମିକ ବିଦ୍ୟାଳୟରୁ ୧୮୨ ପ୍ରାଥମିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମ ମଧ୍ୟରେ ମ୍ୟୁଜିକ୍ ଚେୟାର, ନୃତ୍ୟ , ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର /ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଦୈତ ଭାବେ ବି ଆର୍ ଟି, ରଞ୍ଜିତ କୁମାର ପରିଡ଼ା ଏବଂ କନକଲତା ବେହେରା ସଂଯୋଜନା କରିଥିଲେ। ଅନ୍ୟ ପକ୍ଷରେ ଆଇ ଇ ଭି, ସୁଧାରଞ୍ଜନ ହୋତା , ଜଗନ୍ନାଥ ବାରିକ୍ , ଚିନ୍ତାମଣି ବେହେରା , ଦୁର୍ଗା ଚରଣ ବେହେରା , ବିଜୟ ସେଠୀ, ଜିତେନ୍ଦ୍ର ବାରିକ୍ , ଶତ୍ରୁଘ୍ନ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରି ଚାଳନାରେ ସହଯୋଗ କରିଥିବା ଦେଖା ଯାଇଥିବା ବେଳେ, ଶିକ୍ଷକ ରୂପକ କୁମାର ପସା ମଞ୍ଚ ପରି ଚାଳନା କରିଥିଲେ। ଏହି ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ୩୫୦ ରୁ ଉର୍ଦ୍ଧ୍ବ ଛାତ୍ର/ଛାତ୍ରୀ ଓ ଅଭିଭାବକ ଅଂଶ ଗ୍ରହଣ କରିଥିବା ଜଣା ଯାଇଛି।

Post a Comment

Previous Post Next Post
Header ADS