ଇଲେକ୍ଟରାଲ ଲିଟିରେସୀ କ୍ଲବ ଦ୍ଵାରା ଏସ ଭି ଇ ଇ ପି କାର୍ଯ୍ୟକ୍ରମ ଅନୁଷ୍ଠିତ:
ନୀଳଗିରି,୮/୧୨(ଓଡ଼ିଶା ଆଦର୍ଶ):ଅଦ୍ୟ ଦିବା ୧୦ ଘଟିକା ସମୟରେ ସ୍ୱର୍ଣ୍ଣଚୁଡ଼ ମହାବିଦ୍ୟାଳୟ, ମିତ୍ରପୁର ଠାରେ ୪୦- ନୀଳଗିରି ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଡ଼. ମଧୁସ୍ମିତା ସାମନ୍ତରାୟ ଙ୍କ ତତ୍ତ୍ଵାବଧାନରେ ଇଲେକ୍ଟରାଲ ଲିଟିରେସୀ କ୍ଲବ ଦ୍ଵାରା ଏକ ଏସ ଭି ଇ ଇ ପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନିଜ ନିଜର ନାମ ECINET ଆପ ବ୍ୟବହାର କରି e-EPIC ଜରିଆରେ କେଉଁ ଫର୍ମ ପୂରଣ କରି ଡାଉନଲୋଡ କରିପାରିବେ ସେ ବିଷୟରେ ଅବଗତ କରିଥିଲେ।ଏଥିରେ ଛତ୍ର ଛାତ୍ରୀ ଉତ୍ସାହରେ ସାମିଲ ହୋଇ ନିଜ ନିଜର ନାମ ତାଲିକାଭୁକ୍ତ କରି ଆସନ୍ତା ନିର୍ବାଚନରେ ମତଦାନ ଲକ୍ଷ୍ୟରେ ସହାୟକ ହେବାପାଇଁ ଶପଥ ପାଠ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସେନାପତି, ସ୍ୱର୍ଣ୍ଣଚୁଡ଼ ମହାବିଦ୍ୟାଳୟ, ମିତ୍ରପୁର ର ଅଧ୍ୟକ୍ଷ, ଅଧ୍ୟାପକ,ଅଧ୍ୟାପିକା, ଛତ୍ର ଛାତ୍ରୀ, କ୍ଲବର କର୍ମକର୍ତ୍ତା ଏବଂ ଉପ ଜିଲ୍ଲାପାଳ ଙ୍କ ନିର୍ବାଚନ ବିଭାଗୀୟ କର୍ମକର୍ତ୍ତା ସହଯୋଗ କରିଥିଲେ।



Post a Comment