Header ADS

ନୀଳଗିରି ଜଗନ୍ନାଥ ମନ୍ଦିର କୁ ବୁଲିବାକୁ ଆସି ମହିଳା ପର୍ଯ୍ୟଟକ ଗୁରୁତର

ନୀଳଗିରି ଜଗନ୍ନାଥ ମନ୍ଦିର କୁ ବୁଲିବାକୁ ଆସି ମହିଳା ପର୍ଯ୍ୟଟକ ଗୁରୁତର

 






ନୀଳଗିରି ,୨୯/୧୧(ଓଡ଼ିଶା ଆଦର୍ଶ):ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିର ବୁଲିବାକୁ ଆସି ଭଙ୍ଗା ଡ୍ରେନ ରେ ପଡି ମହିଳା ପର୍ଯ୍ୟଟକ ଆହତ। ଆହତ ପର୍ଯ୍ୟଟକ ମହିଳା କଟକ ଜିଲ୍ଲା ର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ନୀଳଗିରି ଜଗନ୍ନାଥ ମନ୍ଦିର ବାସନ୍ତୀ ମଣ୍ଡପ ସମ୍ମୁଖରେ ଥିବା ଡ୍ରେନ ଉପରେ କଟକ ଜିଲ୍ଲା ରୁ ଆସିଥିବା କିଛି କଲେଜ ଛାତ୍ରୀ ପର୍ଯ୍ୟଟକ ଛିଡ଼ା ହୋଇଥିଲେ ହେଲେ ଡ୍ରେନ ର ସ୍ଲାପ୍ ଟି ଦୁର୍ବଳ ହୋଇଥିବା ଯୋଗୁଁ ଡ୍ରେନ ଭିତରକୁ ମହିଳା ପର୍ଯ୍ୟଟକ ଜଣକ ଗଳି ପଡ଼ିଥିଲେ। ଡ୍ରେନ ରେ ବାହାରିଥିବା ଲୁହା ରୋଡ଼ ପର୍ଯ୍ୟଟକ ଙ୍କ ଗଡ଼ରେ ବାଜିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପର୍ଯ୍ୟଟକ ଙ୍କୁ ତୁରନ୍ତ ନୀଳଗିରି ମେଡ଼ିକାଲ କୁ ନିଆଯାଇ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ତେବେ ନୀଳଗିରି ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଆସୁଥିବା ବେଳେ ଦୁର୍ବଳ ଡ୍ରେନ୍ ରେ ପର୍ଯ୍ୟଟକ ପଡ଼ି ଗୁରୁତର ହେବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଇଛି।


Post a Comment

Previous Post Next Post
Header ADS