ନୀଳଗିରି କଚେରି ବଜାର ଛକରେ ଉଚ୍ଛେଦ ହେଲା ବେଆଇନ ଜବର ଦଖଲ।
ନୀଳଗିରି,୨୪/୧୧(ଓଡ଼ିଶା ଆଦର୍ଶ):ନୀଳଗିରି ସହର ର କଚେରି ବଜାର ଛକରେ ଉଚ୍ଛେଦ ହେଲା ବେଆଇନ ଜବର ଦଖଲ। ନୀଳଗିରି ର ଜନବହୁଳ କଚେରି ବଜାର ଦୁର୍ଗା ମଣ୍ଡପ ଛକଠାରେ ବହୁଦିନରୁ କିଛି ଲୋକ ଜବରଦଖଲ କରି ବ୍ୟବସାୟ କରୁଥିଲେ। ଏନେଇ ବାରମ୍ବାର ନୋଟିସ ହେବା ପରେ ମାମଲା ହାଇ କୋର୍ଟ ରେ ପହଞ୍ଚି ଥିଲା।ମାନ୍ୟବର ହାଇ କୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଏହି ଜବର ଦଖଲ ଉଚ୍ଛେଦ କରାଯାଇଛି। ନୀଳଗିରି ତହସିଲଦାର ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଓ ନୀଳଗିରି ପୋଲିସ ର ଉପସ୍ଥିତି ରେ ଏହି ଉଚ୍ଛେଦ କରାଯାଇଛି। ଉଚ୍ଛେଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନଜର ରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ବହୁ ଦିନରୁ ଏହି ଜବର ଦଖଲ ପାଇଁ ସଧାରଣ ଯାତାୟତ ରେ ସମସ୍ୟା ଉପୁଜିଥିଲା । ତେବେ ଆଗକୁ ନୀଳଗିରି ସହରରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବା ନେଇ ସୂଚନା ମିଳିଛି।



Post a Comment