Header ADS

ଅଜାଣତରେ ଲୁଣ ଭାବି ଥିମେଟ ଖାଇ ୩ ଶିଶୁ ଗୁରୁତର

 ଅଜାଣତରେ ଲୁଣ ଭାବି ଥିମେଟ ଖାଇ ୩ ଶିଶୁ ଗୁରୁତର



ନୀଳଗିରି,୨୧/୧୧(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ ଅଜାଣତରେ ଥିମେଟ ଖାଇ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି।ସୂଚନା ମୁତାବକ ଉକ୍ତ ଗ୍ରାମର ବାବୁଲା ସିଂ ପୁଅ ଯୁବରାଜ ସିଂ(୮),ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ(୫)ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ(୪) ଅପରାହ୍ନ ସମୟରେ ସାଙ୍ଗ ହୋଇ ବୋହୁବୋହୂକା ଖେଳୁଥିଲେ।ଏବଂ ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି ଓ ବିଭିନ୍ନ ତରକାରୀ ମାନ ପ୍ରସ୍ତୁତ କରିଥିଲେ।ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ ।ଘରର ସମସ୍ତ ପରିବାର ଲୋକେ ଉକ୍ତ ସମୟରେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ।ଘରକୁ ଫେରିବା ପରେ ଶିଶୁ ମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାର ଦେଖି ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସ୍ଥିତି ଶଙ୍କଟାପନ୍ନ ହେବାରୁ ଯୁବରାଜଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି।ଘନଶ୍ୟାମ ଓ ଇନ୍ଦୁରେଖା ରେମୁଣା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

Post a Comment

Previous Post Next Post
Header ADS