କୁଲଡିହା ଅଭୟାରଣ୍ୟରେ ବ୍ୟାଘ୍ର ଗଣନା ଆରମ୍ଭ।
ନୀଳଗିରି,୨୦/୧୧(ମିଏସ):କୁଲଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ବ୍ୟାଘ୍ର ଗଣନା। ବାଲେଶ୍ୱର ଜିଲ୍ଲାର କୁଲଡିହା ଅଭୟାରଣ୍ୟରେ ବାଲେଶ୍ବର ଡିଏଫଓ ପ୍ରଫୁଲ୍ଲ ମଲ୍ଲିକଙ୍କ ନେତୃତରେ ଗୁରୁବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ବ୍ୟାଘ୍ର ଗଣନା କରିବାକୁ ନେଇ ତିନୋଟି ପର୍ଯ୍ଯାୟର କାର୍ଯ୍ଯ ଆରମ୍ବ ହୋଇଥାଏ। ଏହିକ୍ରମରେ ବାଲେଶ୍ୱର ଫରେଷ୍ଟ ଡିଭିଜନରେ ୫ଟି ରେଞ୍ଜ ତଥା ନୀଳଗିରି ରେଞ୍ଜ୍, ସୋର, ଜଳେଶ୍ୱର, ଚାନ୍ଦିପୁର ଏବଂ କୁଲଡିହା ରେଞ୍ଜର ୫୩ଟି ବିଟ୍ ରେ ବନ୍ୟା ଜୀବଜନ୍ତୁଙ୍କ ଗତିବିଧି ଏବଂ ଉପସ୍ଥିତି ଉପରେ ୨୫୦ ରୁ ଅଧିକ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ଗଣନା କାର୍ଯ୍ୟ ୨୨ ତାରିଖ ଯାଏଁ ଅର୍ଥାତ୍ ୩ ଦିନ ଧରି ଚାଲିବ। ଝରଣାକୁ ପାଣି ପିଇବା ପାଇଁ ବାଘ ସାଧାରଣତଃ ଆସିଥାନ୍ତି। ସେଥିପାଇଁ ପୂର୍ବରୁ ବାଘ ଗଣନା ପାଇଁ କୁଲଡିହା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରକୁ ଯାଇ ଝରଣା କୂଳରେ ସନ୍ତସନ୍ତିଆ ଜାଗାରେ ପ୍ଲାଷ୍ଟର ପ୍ୟାରିସ ବସାଯାଇଥିବା ବେଳେ ଏହାକୁ ମାଡିବା ପରେ ବାଘର ପାଦ ଚିହ୍ନ ଦେଖି କେଉଁ ପ୍ରକାରର ବାଘ ବୋଲି ଜଣାପଡୁଥିବା ବେଳେ ଚଳିତ ବର୍ଷ ଟ୍ରାପ କ୍ୟାମେରା ମାଧ୍ୟମରେ ବାଘକୁ ଚିହ୍ନଟ କରାଯିବ। ଏହି ଅଭୟାରଣ୍ୟ ରେ ହାତୀ, ଭାଲୁ, ଗୟଳ, କୁଟରା, ହରିଣ, ସମ୍ବର, ବାର୍ହା ପ୍ରଭୃତି ଜୀବଜନ୍ତୁ ଥିବାବେଳେ ବାଘ ମଧ୍ୟ ଅଛନ୍ତି । ଏହି କୁଲଡିହା ରୁ ଶିମିଳିପାଳ କୁ ସଂଯୋଗ ରହିଥିବାରୁ ବିଭିନ୍ନ ସମୟରେ ଶିମିଳିପାଳ ଅଭୟାରଣ୍ୟରୁ ଜୀବଜନ୍ତୁ କୁଲଡିହାକୁ ଆସିଥାନ୍ତି।



Post a Comment